Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା ଙ୍କ ଅକାଳ ବିୟୋଗ, ଡ୍ରାଇଭର ମହାସଙ୍ଗ ର ଶୋକ ପ୍ରକାଶ।

କଳାହାଣ୍ଡି,୦୬/୧୦
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କରଞ୍ଜିଗୁଡା ଗ୍ରାମର ଡ୍ରାଇଭର ମହାସଙ୍ଗ ର ଉପ ସଭାପତି ଅଭିମନ୍ୟୁ ସାହୁ (୫୨) ଙ୍କ ରବିବାର ରାତିରେ ହୃଦଘାତ ରେ ମୃତ୍ୟୁ ହୋଇଛି। ଘରେ ଅସୁସ୍ଥ ପରେ ପରିବାର ଲୋକେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିମନ୍ୟୁ ସାହୁ ପେଶା ରେ ଜଣେ ଡ୍ରାଇଭର ଥିବାବେଳେ ବିଗତ ୫ ବର୍ଷ ଧରି ଡ୍ରାଇଭର ମହାସଙ୍ଗ ର ଜୟପାଟଣା ବ୍ଲକ ଉପ ସଭାପତି ଓ ମୁଖୀଗୁଡା ଗ୍ରାପ ପଞ୍ଚାୟତ ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ମେଳାପୀ, ପରୋପକାରୀ, ସମାଜସେବି ବ୍ୟକ୍ତି ଥିଲେ।ତାଙ୍କ ଅକାଳ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ମହାସଙ୍ଗ ସମେତ ଜୟପାଟଣା ବ୍ଲକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।ତାଙ୍କ ମୃତ୍ୟୁ ପରିବାର ପାଇଁ ଏକ ଶୋକାକୁଳ।ପରିବେଶ ସୃଷ୍ଟି କରିଥିବା ବେଳେ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ସହ ସ୍ତ୍ରୀ ରହିଛନ୍ତି। ତାଙ୍କ ଶବଧାର ରେ ଆତ୍ମୀୟ ସ୍ୱଜନ ଙ୍କ ସହ ଡ୍ରାଇଭର ମହାସଙ୍ଗ ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଡ଼ ପୁଅ ରିଙ୍କୁ ସାହୁ ବାପା ଙ୍କ ମର ଶରୀର ରେ ମୁଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ