Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଡା ସରକାରୀ ହାଇସ୍କୁଲର ୩ ଜଣ ଏ-୧ ଗ୍ରେଡରେ ପାସ କଲେ

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ନମ୍ବର ରଖି ବିଦ୍ୟାଳୟ ପାଇଁ ସୁନାମ ଆଣି ଦେଇଛନ୍ତି।ଏହି ବିଦ୍ୟାଳୟର ଅନୁରାଗ ପାଣିଗ୍ରାହୀ ୯୩.୩୩ପ୍ରତିଶତ ହାରରେ ୫୬୦ ମାର୍କ ରଖି ତରଭା ବ୍ଲକ ଟପ୍ପର ହୋଇଥିବା ବେଳେ ୯୦ ପ୍ରତିଶତ ହାରରେ ୫୪୦ମାର୍କ ଆଣି ରୋଜି ମେହେର ଓ ସୁମନ୍ତ କର୍ମୀ ଏ-୧ ପୋଜିସନରେ ରହିଛନ୍ତି।ମେଣ୍ଡା ହାଇସ୍କୁଲରୁ ୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ୧୧୨ଜଣ ପାସ କରିଛନ୍ତି।ତରଭା ସରସ୍ୱତୀ ଶିଶୁ ମନ୍ଦିରର ୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଶତ ପ୍ରତିଶତ ପାସ କରିଛନ୍ତି।ଏହି ବିଦ୍ୟାଳୟର ପ୍ରମିଳା ମେହେର ୫୪୦ ମାର୍କ ୯୦ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ତୁଲୁଣ୍ଡା ହାଇସ୍କୁଲର ଛାତ୍ର ଇଶାନ ମିଶ୍ର ୯୧ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ତରଭା ବାଳକ ହାଇସ୍କୁଲର ୭୫ଜଣ ପରୀକ୍ଷା ଦେଇ ୭୫ ଜଣ ପାସ କରିଥିଲେହେଁ ଏ-୧ କିମ୍ବା ଏ-୨ ପାଇନାହାନ୍ତି।ସେହିଭଳି ସରକାରୀ ବାଳିକା ହାଇସ୍କୁଲର ୬୨ ଜଣଙ୍କ ମଧ୍ୟରୁ ୫୯ ଜଣ ପାସ କରିଛନ୍ତି।ଏହି ବିଦ୍ୟାଳୟରୁ ମଧ୍ୟ କେହି ଏ-୧ କିମ୍ବା ଏ-୨ ପାଇନଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ