Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରବି ଗଲେ ଯୁବ ସାମ୍ୱାଦିକ ମାଧବ ଠାକୁର,ଅଞ୍ଚଳ ରେ ଶୋକ ର ଛାୟା।

କଳାହାଣ୍ଡି,୦୭/୧୦
ଜୀବନରେ ଅନେକ ସଂଘର୍ଷ କରି ଲୋକଙ୍କ ସମସ୍ୟା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରି ଆସୁଥିବା ଜଣେ ଯୁବ ସାମ୍ୱାଦିକ ମାଧବ ଠାକୁର ଙ୍କ ଅକାଳ ବିୟୋଗ ହୋଇଛି।ସମାଜସେବା ହେଉ କି ରାଜନୈତିକ କ୍ଷେତ୍ରରେ ହେଉ ତାଙ୍କର ସ୍ଵତନ୍ତ୍ର ପରିଚୟ ଥିଲା।ବର୍ତ୍ତମାନ ସେ ଏକ ବୈଦୁତିକ ଗଣମାଧ୍ୟମ ରେ କୋକସରା ପ୍ରତିନିଧି ଭାବରେ କାର୍ଯ୍ୟରତ ଥିଲେ। ଧର୍ମଗଡ ବ୍ଲକ୍, ପଦମପୁର ଗ୍ରାମ ରେ ମାଧବ ଠାକୁର ବିଗତ କିଛି ଦିନ ହେବ ଯକୃତ ଜନିତ ସମସ୍ୟା ରେ ପୀଡିତ ହୋଇ ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ। ପରେ ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ହେବାରୁ ଘରକୁ ପରିବାର ଲୋକେ ଆଣିଥିଲେ।ପରେ ପୁଣି ଥରେ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।କିନ୍ତୁ ଗତ ରାତିରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମାଧବ। ସ୍ତ୍ରୀ, ପୁଅ ଏବଂ ଝିଅ ଆଖିରେ ଦେଇ ଯାଇଛନ୍ତି ଅସୁମାରୀ ଲୁହ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗାଁ , ଅଞ୍ଚଳ ତଥା ସାମ୍ୱାଦିକ ମହଲରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ଦେବା ପାଇଁ ସମସ୍ତେ କାମନା କରିଛନ୍ତି। ଗାଁ ମଶାଣି ରେ ତାଙ୍କ ପୁଅ ଉଦିତ ଠାକୁର ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାର ରେ ଅନେକ ସାମ୍ବାଦିକ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ