ମେଗାଲିଫ୍ଟ କେନାଲ ରୁ ରବି ଚାଷ ଜଳସେଚନ ପାଇଁ ବିଧାୟକ ଙ୍କୁ ଡିପିଆର ପରିବର୍ତ୍ତନ ପାଇଁ ଭେଟିଲେ ୩ ବ୍ଲକ ର ଚାଷି।

କଳାହାଣ୍ଡି,୦୭/୧୦
କଳାହାଣ୍ଡି ଜିଲ୍ଲାର ମରୁଡି ପ୍ରପଡିତ ଅଞ୍ଚଳ ରେ ଚାଷି ଙ୍କ ଦୀର୍ଘ ବର୍ଷ ର ଦାବି କୁ ପୂରଣ କରି କଳାହାଣ୍ଡି ଜିଲ୍ଲାର ଅଣ ଜଳସେଚିତ ଜୟପାଟଣା,କୋକସରା ଓ ଧର୍ମଗଡ ବ୍ଲକ ର ୨୫,୭୭୫ ହେକ୍ଟର ଚାଷଜମି ପାଇଁ ପୂର୍ବ ରାଜ୍ୟ ସରକାରଙ୍କ ସମୟରେ ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ଓ ରବି ଧାନ ଫସଲ ଚାଷ ପାଇଁ ଜଳସେଚନ ପାଇଁ ବ୍ୟବସ୍ଥା ଯୋଗାଇ ଦେଇଥିଲେ। ତେବେ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ୨୦୨୧/୨୨ ରେ ଜୟପାଟଣା, କୋକସରା ଓ ଧର୍ମଗଡ ଅଞ୍ଚଳ ର ଖରିଫ ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇ ଉପଲବ୍ଧ କରା ଯାଇଥିବା ବେଳେ ଏହି ୩ ବ୍ଲକ ର ଚାଷି ମାନେ ମଧ୍ୟ ଜଳସେଚନ ସୁବିଧା ପାଇ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହୋଇଥିଲେ। ତେବେ ସ୍ୱଳ୍ପ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ୨୦୨୩/୨୪ ରେ ରବି ଚାଷ ପାଇଁ ଜଳସେଚନ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ୩ ବ୍ଲକ ର ଚାଷୀମାନେ ଉଠା ଜଳସେଚନ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ଓ ରାସ୍ତା ଅବରୋଧ,ଆନ୍ଦୋଳନ,ପ୍ରତିବାଦ କରି ଜଳସେଚନ ନେଇ ବିଭାଗୀୟ ଡିପିଆର ସଂଶୋଧନ କରିବା ନେଇ ଦାବି ଉପସ୍ଥାପନ କରିଥିଲେ। ଏହି ଦାବି କୁ ନେଇ ପୁଣିଥରେ ଚାଷି ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଛି, ସୋମବାର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳ ର ଚାଷୀନେତା ଶତାଧିକ ଚାଷୀ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ସାକ୍ଷାତ କରି ଉଠା ଜଳସେଚନ ପ୍ରକଳ୍ପ ରେ ରବି ଚାଷ ପାଇଁ ଜଳସେଚନ ପାଇଁ ବିଭାଗୀୟ ଡି ପି ଆର ସଂଶୋଧନ କରି ରବି ଚାଷ ପାଇଁ ଜଳସେଚନ ଯୋଗାଇ ଦେବାକୁ ଉଠା ଜଳସେଚନ କୃଷକ ସଙ୍ଘ ପକ୍ଷରୁ ବିଧାୟକ ଙ୍କୁ ମୌଖିକ ଅଭିଯୋଗ ଓ ଦାବି ଉପସ୍ଥାପନ କରିଛନ୍ତି। ଧର୍ମଗଡ ବିଧାୟକ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ନିକଟରେ କୃଷକ ସଙ୍ଘ ର ଦାବି ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ସହ ବିଜେପି ସରକାର କୃଷକ ଙ୍କ ବିକାଶ ପାଇଁ ସଦା ସର୍ବଦା ପ୍ରୟାସ ଜାରି ରଖିଛନ୍ତି ଓ ଚାଷି ଙ୍କ ହିତ କୁ ଦୃଷ୍ଟିରେ ରଖି ଆପଣଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି।