ପ୍ରକାଶପୁର ରେ ଆନ୍ତଃରାଜ୍ଯ ଅଖଣ୍ଡ ହରି ନାମ ଯଜ୍ଞ ମହୋତ୍ସବ ଆରମ୍ଭ (ଭକ୍ତି ଓ ଆଧ୍ୟାତ୍ମିକ ବିଭୋର ରେ ଶ୍ରଦ୍ଧାଳୁ)

ଅମ୍ବାଭୋନା ୦୭।୧୦।୨୫ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ପ୍ରକାଶପୁର ରେ ବରଗଡ ଅମ୍ବାପାଲି ରାଧାମାଧବ ଆଶ୍ରମ ର ମଠାଧିଶ ସ୍ବର୍ଗତ ହରି ଚରଣ ଦାସଙ୍କ ସ୍ମରଣ ରେ ଆନ୍ତଃରାଜ୍ଯ ୨୫୬ ପ୍ରହରୀ ଅଖଣ୍ଡ ହରି ନାମ ଯଜ୍ଞ ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ଏକମାସ ଧରି ଦିବା ରାତ୍ରୀ ହରି ନାମ ରେ ଅଭିମନ୍ତ୍ରିତ ହେବ ବୋଲି ନାମ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହେବ । ଏହି ନାମ ଯଜ୍ଞରେ ଛତିଶଗଡ ଓ ଓଡିଶା ବିଭିନ୍ନ ଗ୍ରାମ ଓ ଅଞ୍ଚଳ ରୁ ନିମନ୍ତ୍ରିତ ଅତିଥି ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବେ ବୋଲି କର୍ମକର୍ତ୍ତା ଗଣ ପ୍ରକାଶ କରିଛନ୍ତି। ଚିଚୋଲି-ଭୁକ୍ତା ମହିମାଆଶମ ରୁ ପୋଖରୀ ରୁ ପୂର୍ଣ୍ଣ କଳସ ରେ ଭର୍ତ୍ତୀ କରି ଯଜ୍ଞ ମଣ୍ଡପ କୁ କଳସ ସ୍ଥାପନ କରିଥିଲେ। ଯଜ୍ଞ ରେ ଉଗ୍ରେସନ ନାୟକ କୁରୁ ଓ ସପତ୍ନୀ ସୁଭାସିନି ନାୟକ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିବା ବେଲେ ବୃନ୍ଦାବନ ବରଷନା ମଠ ରୁ ବ୍ରଜବାସୀ ଦାଶ
ପ୍ରିତମ ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ଦାସ, ନିମାଇଁ ଚରଣ ଦାସ,ସୁଶିଲ ଦାସ, ପ୍ରମୁଖ ପୂଜାପାଠ କରୁଛନ୍ତି। ଏହି ନାମ ଯଜ୍ଞ ମହୋତ୍ସବ ପରିଚାଳନା କମିଟିର ତତ୍ୱାବଧାନ ରେ ଭୀଷ୍ମ ଦେବ ନାୟକ, ବଲରାମ ଗଡତିଆ, ଉଗ୍ରେସନ ନାୟକ, କୁମାର ସା, ଅଶୋକ ସା, ତୋଷରାମ ପଟେଲ, ସୁବାଷ ,ଚକ୍ର ନାୟକ, ଲଳିତ ପାଣ୍ତେ, ପର୍ଶୁରାମ ନାୟକ, ପାଣ୍ତବ ଦାସ, ବଂଶୀ ସେଠ, ହରିଚରଣ ନାୟକ, ଜଳନ ନିଷାତ, ରବି, ଅଶ୍ବନୀ, ତାଇ, ମଣ୍ଟୁ ପ୍ରମୁଖ ପରିଚାଳନା ରେ ସହଯୋଗ କରୁଛନ୍ତି।