Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନଜୀବୀ ପୀତବାସଙ୍କ ମେରୁଦଣ୍ଡରୁ ବାହାରିଲା ୯ ଏମଏମ୍ ଗୁଳି ; ହତ୍ୟା ପଛରେ ସାର୍ପ ସୁଟର!

ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମଏମ ଗୁଳି। ସବୁ ସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରାଯାଇଥିବା କୁହାଯାଉଛି ।

କୁମାର ପୂର୍ଣ୍ଣମୀ ଦିନ ଏସ୍‌ପି ଡ.ଶରବଣା ବିବେକ ଏମ୍‌ ଛୁଟି‌ରେ ଯାଇଥିଲେ । ଏପରିକି ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ବି ଛୁଟିରେ ଥିଲେ । ସୁଯୋଗ ଦେଖି ଗୁଳିମାଢ଼ କରିଥିଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ଆଇନଜୀବୀ ପୀତବାସଙ୍କ ମୃତ୍ୟୁ ଖବର ସୋମବାର ରାତିରେ ଜଣାପଡ଼ିବା ପରେ ଏସ୍‌ପି ତୁରନ୍ତ ଛୁଟି ବାତିଲ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ସେ କାର୍ଯ୍ୟରେ ଯୋଗ ଦେବା ସହ ୬ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି । ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୋହନ ମାଝୀ । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ