ଘଣ୍ଟିଗୁଡା ରେ ମା ଠାକୁରାଣୀ ଙ୍କ ବାର୍ଷିକ ଦଶରା, ଘୁମୁରା ଓ ନାଟକ ମୁଖ୍ୟ ଆକର୍ଷଣ ।

କଳାହାଣ୍ଡି,କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଘଣ୍ଟିଗୁଡା ଠାରେ ଗ୍ରାମ ଦେବୀ ମା ଠାକୁରାଣୀ ଙ୍କ ବାର୍ଷିକ ଦଶରା ମହୋତ୍ସବ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପାଳନ କରାଯାଇଛି। ଗ୍ରାମ ଦେବୀ ଠାକୁରାଣୀ ଙ୍କ ପୀଠ ରେ ରୀତିନୀତି ଅନୁଯାୟୀ ମଙ୍ଗଳବାର ଅପରାହ୍ନ ରେ ଗ୍ରାମ ଦେବୀ ପୂଜକ ଦେବୀ ଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଦେବୀ ଙ୍କ ଲାଠିକୁର୍ସି ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ମା ଙ୍କୁ ଶ୍ରଦ୍ଧାଳୁ ଭକ୍ତ ମାନେ ମୁଣ୍ଡିଆ ମାରି ନିଜ ପରିବାର ର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ଦେବୀ ଗ୍ରାମ ପରିକ୍ରମା କରି ପୀଠ କୁ ଆସିବା ପରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ପୂରଣ ପାଇଁ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କରିଥିଲେ। ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଜେପି ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା,ସ୍ଥାନୀୟ ବିଧାୟକ ପ୍ରତିନିଧି ତ୍ରିନାଥ ଶବର,ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ସମ୍ପାଦକ ତୁଲାରାମ ନାଏକ, ଦ୍ରୋଣାଚର୍ଯ୍ୟ ପୁଝାରି,ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ପାର୍ବଣ ଋତୁ ରେ ମା ଙ୍କ ଆଗମନ ରେ ଦଶରା ମହୋତ୍ସବ ର ଶୁଭେଚ୍ଛା ଜଣାଇଥିଲେ। ପରେ ମଞ୍ଚ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ବୁଧବାର ରାତିରେ ନାଟକ ପରିବେଷଣ କରାଯାଇଥିଲା। ଦଶରା କାର୍ଯ୍ୟକ୍ରମ କୁ ଘଣ୍ଟିଗୁଡା ପୂଜା କମିଟି ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।