Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟପ୍ରାଣୀ ସପ୍ତାହ ରେ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ସମ୍ବର୍ଦ୍ଧିତ ହେଲେ ସ୍ୱାଧୀନ ଦଣ୍ଡସେନା।

କଳାହାଣ୍ଡି/୦୯/୧୦
ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ୨୦୨୫ ପାଳନ ଅବସରରେ ଦକ୍ଷିଣ ବନଖଣ୍ଡ ଧର୍ମଗଡ ବନାଞ୍ଚଳ ରେ କାର୍ଯ୍ୟରତ ବନ୍ୟପ୍ରାଣୀ ଉଦ୍ଧାରକାରୀ କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ଙ୍କୁ ବନ୍ୟପ୍ରାଣୀ ଉଦ୍ଧାର କାର୍ଯ୍ୟ ରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଭବାନୀପାଟଣା ଠାରେ ଅନୁଷ୍ଠିତ ବନ୍ୟପ୍ରାଣୀ ସପ୍ତାହ ୨୫ ରେ ଜଙ୍ଗଲ ବିଭାଗୀୟ ଅଧିକାରୀ ମାନେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ଦଣ୍ଡସେନା ଧର୍ମଗଡ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନ ରେ ବିଭିନ୍ନ ସମୟରେ ଜଙ୍ଗଲ ର ବନ୍ୟଜନ୍ତୁ ସରୀସୃପ ଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପୁଣିଥରେ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ରେ ଛାଡି ଜଣେ ବନ୍ୟଜନ୍ତୁ ଉଦ୍ଧାରକାରୀ କର୍ମଚାରୀ ଭାବେ ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ସମ୍ମାନିତ କରିଛନ୍ତି।ସ୍ୱାଧୀନ ଦଣ୍ଡସେନା ଙ୍କ ଏହି ଉପଲବ୍ଧି କୁ ନେଇ ଧର୍ମଗଡ ବନାଞ୍ଚଳ ବିଭାଗୀୟ ଅଧିକାରୀ,କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ