Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଭୁ ବୁଢ଼ାରଜା ଦଶରା ପାଇଁ ମନ୍ଦିର କମିଟି ଓ ବ୍ଲକ ପ୍ରଶାସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୦୯/୧୦
କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ଓ ଶେଷ ଦଶରା ହେଉଛି କୋକସରା ବ୍ଲକ ଆମପାଣି ଠାରେ ଥିବା ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ମହୋତ୍ସବ। ଆସନ୍ତା ଶନିବାର ଅନୁଷ୍ଠିତ ହେବାକୁ ଥିବା ଦଶରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଓ ବ୍ଲକ ପ୍ରଶାସନିକ ଅଧିକାରୀ,ଜନ ପ୍ରତିନିଧି, ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗ, ପାନୀୟ ଜଳ, ବିଦ୍ୟୁତ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଢ଼ାରଜା ଦଶରା ରେ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ, ଲାଠିଯାତ୍ରା ପରିଚାଳନା, ଟ୍ରାଫିକ ପରିଚାଳନା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କୁ ନେଇ ଆଲୋଚନା କରିଥିଲେ। ବୁଢ଼ାରଜା ପୂଜା କମିଟି ର ସଭାପତି ଋତୁରାଜ ମାଝୀ ଙ୍କ ସଭାପତିତ୍ୱ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ, କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ, ଅଗ୍ନିଶମ ବିଭାଗ ଅଧିକାରୀ,ପ୍ରଶାନ୍ତ ବାଘ,ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ,ସମ୍ପାଦକ ସନ୍ତୋଷ ମାଝୀ, ଉପ ସଭାପତି ଵିଘ୍ନେଶ୍ବର ନାଏକ, କୁମୁଦ ପୁଝାରି,ତିଲୋତ୍ତମା ନାଏକ, ଜିତେନ୍ଦ୍ର ପଣ୍ଡା, ତ୍ରିନାଥ ପ୍ରସନ୍ନ ରାୟ, ସୋନୁ ଅଗ୍ରୱାଲ,ବି.ଭାସ୍କର ରାଓ,ମନୋରଞ୍ଜନ ବାଣୁଆ,ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ