Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦର୍ଲିପଡା ରେ ମାଁ ଦୁଆର ମୁଣ୍ଡିଆଣି ଙ୍କ ବାର୍ଷିକ ଦଶରା ଅନୁଷ୍ଠିତ।

କଳାହାଣ୍ଡି,୦୯/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଦର୍ଲିପଡା ରେ ମାଁ ଦୁଆର ମୁଣ୍ଡିଆଣି ଙ୍କ ବାର୍ଷିକ ଦଶରା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ବୁଧବାର ସକାଳୁ ସାହାଜଖୋଲ ଜଙ୍ଗଲ ବେହେରା ଡ୍ୟାମ ନିକଟରେ ଥିବା ମାଁ ଦୁଆର ମୁଣ୍ଡିଆଣି ଙ୍କ ପୀଠ ରେ ଦେବୀ ଙ୍କ ମୁଖ୍ୟ ପୂଜକ ଜଗ ମୋହନ ନାଏକ ମାଁ ଙ୍କୁ ଆବାହନ ପୂଜାର୍ଚ୍ଚନା କରିବା ପରେ ଦେବୀ ଙ୍କ ଶିରା ଦେହରେ କାଲିସି ଲାଗି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁ ମାନେ ନିଜ ପରିବାର ର ମଙ୍ଗଳାକାମନା ସହ ଚାଷବାସ ଭଲ ହେବାକୁ ମା ଙ୍କୁ ପ୍ରାର୍ଥନା କରିଥିଲେ।
ଦେବୀ ଙ୍କ ବାର୍ଷିକ ଦଶରା ଅବସରରେ ସନ୍ଧ୍ୟାରେ ଦର୍ଲିପଡା ଛକ ରେ ମା ଗଙ୍ଗାମାୟୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରଘୁନାଥ ଖମାରି, ସମ୍ମାନିତ ଅତିଥି ଭାବେ ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ଡୁଡୁକାଠେଙ୍ଗା ପଞ୍ଚାୟତ ସମିତି ସଭ୍ୟା ପାର୍ବତୀ ବାଗ, ରାଜ୍ୟ ଏଡିଓ ସଙ୍ଘ ସଭାପତି ପ୍ରଭାତ ତିବାରି(ବଣ୍ଟି ଭାଇ),ଯୁବ ସଙ୍ଗଠକ ମହେଶ ଗୁପ୍ତା, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ, ଧନବଲ ବାଣୁଆ,ଶିବ ପ୍ରସାଦ ବାଣୁଆ, ଦୈତାରୀ ଶବର,ରତ୍ନାକର ଠାକୁର, ଜୟସିଂ ଠାକୁର, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କାଶିବାହଲ ଘୁମୁରା ଦଳ ପ୍ରଥମ, କଦଲିମୁଣ୍ଡା ଦ୍ଵିତୀୟ, ବାନେର ତୃତୀୟ ଓ ଅନ୍ତର୍ଲା ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଶିକ୍ଷକ କୁମୁଦ ଚନ୍ଦ୍ର ଚଣ୍ଡି, ଖଗେଶ୍ୱର ପାଣିଗ୍ରାହୀ ସହଯୋଗ କରିଥିଲେ। ଗଙ୍ଗାମାୟୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭରତ ଚନ୍ଦ୍ର ଶବର,ମଣିରାମ ବାଣୁଆ, କବିର ବାଣୁଆ,ଗୌରାଙ୍ଗ ନାଗ, ମନୋଜ ଶବର ଡୁଡୁକାଠେଙ୍ଗା ପଞ୍ଚାୟତ ର ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ