Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଠାରପାଲି ଗ୍ରାମ ରେ ଗ୍ରାମାଞ୍ଚଳର ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଅମ୍ବାଭୋନା ୧୦।୧୦।୨୫
ଅମ୍ବାଭୋନା ବ୍ଲକ କୁଠାରପାଲି ଗ୍ରାମ ଅରକ୍ଷିତ ଧରୁଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଗ୍ରାମ ଯୁବ ଗୋଷ୍ଠିଙ୍କ ମିଲିତ ସହଯୋଗ ରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ। ଏଥିରେ ଦୌଡ, ଅଙ୍କକସା ମନେରଖା, ଛୁଞ୍ଚିସୁତା, ବିସ୍କୁଟଖିଆ ଓ ନୃତ୍ୟ ଆଦି ଖେଳ ପ୍ରତିଯୋଗିତା ହୋଇଥିଲା। ଗ୍ରାମ ର ପାଣ୍ଡବ ପ୍ରଧାନ ଙ୍କ ସଭାପତିତ୍ବ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲେ। ଏଥିରେ ମୁଖ୍ଯ ଅତିଥି ଭାବେ
ଅମ୍ବାଭୋନା ଥାନା ର ଯୁଗଳ କିଶୋର ପ୍ରଧାନ, ସମ୍ମାନିତ ଅତିଥି ପୁଡାପାଲି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲଳିତ ନାୟକ, ଅର୍ଜୁନ ସିଂ ପ୍ରମୁଖ ଯୋଗଦେଇ ଖେଳ କୃତି ପ୍ରତିଯୋଗି କୁ ପୁରସ୍କୃତ କରିଥିଲେ। ପ୍ରତିଯୋଗୀତା ସର୍ବଶ୍ରେଷ୍ଠ ଖେଲାଳୀ ଭାବରେ ପିଙ୍କେଶ ଡିଲା ଓ ଗବ୍ଯା ପ୍ରଧାନ ପୁରସ୍କୃତ କରିଥିଲେ।
ସହକାରୀ ଶିକ୍ଷକ ହୃଷିକେଶ ଡିଲା ନେତୃତ୍ବ ରେ କୃତିବାସ ମିଶ୍ର, ଦୀପକ ପ୍ରଧାନ, ଶଶିଭୂଷଣ ମୁଦି, ନରୋତ୍ତମ ପ୍ରଧାନ ସୁଜିତ ଦାଶ, ବଳରାମ ଅଣ୍ଟି, ଶତ୍ରୁଘ୍ନ ଭୁଏ, ରାମନାଥ ଡିଲା, ମହେନ୍ଦ୍ର ଅଣ୍ଟି ଏବଂ ବୁଦ୍ଧଦେବ କରେତା ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷ ରେ କୃତିବାସ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ