ଏମ.ଏସ ମେଡ଼ାକ୍ସ ହସ୍ପିଟାଲ ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି,୧୦/୧୦
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଧୀନରେ ଥିବା ଏମ ଏସ ମେଡ଼ାକ୍ସ ହସ୍ପିଟାଲ ର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମେଡ଼ାକ୍ସ ହସ୍ପିଟାଲ ଏମ,ଡି, ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ପ୍ରଗତି କଲେଜ ର ଅଧ୍ୟକ୍ଷ ଅଜୟ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଦ୍ଵିତୀୟ ସ୍ଵନକ୍ଷତ୍ର ବର୍ଷ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସିଡିଏମଓ, ନିହାରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାବେ ପ୍ରଭାସ ଚନ୍ଦ୍ର ମିଶ୍ର ଉପସ୍ଥିତି ରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ୱଳନ କରିଥିଲେ । ଏହି ହସ୍ପିଟାଲ ରେ ଦୁଇ ବର୍ଷ ହେଲା ରୋଗୀ ମାନଙ୍କର ଚିକିତ୍ସା ରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି।ଏଠାରେ ନିୟୋଜିତ ଡାକ୍ତର ମାନେ ରୋଗୀସେବା ରେ କୌଣସି ପ୍ରକାର ରେ ଅବହେଳା କରିନାହାନ୍ତି । ଆଗକୁ ଏମିତି ରୋଗୀ ମାନଙ୍କ ସେବା କରିଚାଲନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ମାର୍କେଟିଙ୍ଗ ମ୍ୟାନେଜର ମୋହନ ପୁଟେଲ ସହଯୋଗ କରିଥିବା ମେଡ଼ାକ୍ସ ହସ୍ପିଟାଲ ର ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଶୁଭଶ୍ରୀ ଓ ସୁନନ୍ଦା ମଞ୍ଚ ପରିଚାଳନା କରିଥିଲେ ।