ଆମପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:ପ୍ରାଥମିକ ରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ବିଭିନ୍ନ ପ୍ରତିଭା କୁ ପ୍ରସ୍ଫୁଟିତ ଓ ଆଗକୁ ବଢ଼ିବାରେ ସହାୟକ ହେଉଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଶୁକ୍ରବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଆମପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ବିରି ମୁହାଣ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ର ୧୪ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ଆମପାଣି ସିଆରସିସି କେଦାର ନାଏକ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଏହି ବର୍ଗ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିତର୍କ,ବକୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ,ଚିତ୍ରଙ୍କନ, ସୃଜନ ଶୀଳ ଲିଖନ, ଓଡ଼ିଆ ହସ୍ତାକ୍ଷର ଶୃତ ଲିଖନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଗିରିଶ ଚନ୍ଦ୍ର ସରାବୁ, ପ୍ରମୋଦ ପୁରୋହିତ,ପରମେଶ୍ବର ପଟ୍ଟନାୟକ, କୁଳମଣି ବାରିକ, ଯୁଗଳ କିଶୋର ମାଝୀ, ଶିକ୍ଷୟିତ୍ରୀ ଅର୍ଚନା ଦଳେଇ, ଶ୍ରଦ୍ଧାଞ୍ଜଳି ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।