Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଇଏସ୍ ପରୀକ୍ଷାରେ ଲକ୍ଷ୍ଣଣଙ୍କ ସଫଳତା

ବୀରମହାରାଜାପୁର : ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷା ସେବା – ୨ (ବିଦ୍ୟାଳୟ ଶାଖା) ଅଧିକାରୀ ଚୟନ\’ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଓ ଭୌତିକ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ସମଗ୍ର ରାଜ୍ୟରେ ଏକାଦଶ ସ୍ଥାନ ଅଧିକାର କରି ଜିଲା ପାଇଁ ଗୌରବ ଆଣିଛନ୍ତି । ଶ୍ରୀଯୁକ୍ତ ମିଶ୍ର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉତ୍ତର କୁମାର ମିଶ୍ର ଓ ଶ୍ରୀମତି ପଦ୍ମିନୀ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବୀରମହାରାଜପୁର, ରଥପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପିଜିଟି ଶିକ୍ଷୟତ୍ରୀ ମଧୁସ୍ମିତା ଚାନ୍ଦଙ୍କ ସ୍ୱାମୀ ବୋଲି ଜଣାପଡିଛି। ଶ୍ରୀଯୁକ୍ତ ମିଶ୍ର ଆଚାର‌୍ୟ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ସହ ଶିକ୍ଷାରେ ଏମ୍ଏଡ୍ ଓ ସର୍ବୋଚ୍ଚ ନମ୍ବର ସହିତ ଏମ୍ ଫିଲ୍ ଉପାଧି ପାଇ ସର୍ବଭାରତୀୟ ୟୁଜିସି – ନେଟ୍ (ଉଭୟ ସହକାରୀ ପ୍ରଫେସର୍ ଓ ଜେଆରଏଫ୍) ପରୀକ୍ଷାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ଏ ସଫଳତାରେ ଉଲୁଣ୍ଡା ବ୍ଲକ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଖୁସୀର ଲହର ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ