Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାବଳି ପୂର୍ବରୁ ଚାଷୀଙ୍କୁ ମିଳିପାରେ ଭେଟି

ଚାଷୀଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ତିନୋଟି କିସ୍ତିରେ ପ୍ରଦାନ କରାଯାଏ।

ବର୍ତ୍ତମାନ୍ ସୁଦ୍ଧା ଚାଷୀ ମାନଙ୍କୁ କୋଡ଼ିଏଟି କିସ୍ତି ପ୍ରଦାନ କରାଯାଇଛି ଏବଂ ଚାଷୀମାନେ ବର୍ତ୍ତମାନ୍ ୨୧ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ଏହି କିସ୍ତି ଦୀପାବଳି ପୂର୍ବରୁ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିପାରେ ବୋଲି କୁହାଯାଉଛି।
ସରକାର ସାଧାରଣତଃ ପ୍ରତି ଚାରି ମାସରେ ଥରେ କିଷାନ ଯୋଜନାର କିସ୍ତି ପ୍ରଦାନ କରିଥାନ୍ତି। ଏହି ଯୋଜନାର ଶେଷ କିସ୍ତି ଅଗଷ୍ଟରେ ଜାରି କରାଯାଇଥିଲା ଓ ପରବର୍ତ୍ତୀ କିସ୍ତି ଆସନ୍ତା ନଭେମ୍ବର ମାସରେ ପ୍ରଦାନ କରିବେ ବୋଲି କୁହାଯାଇଥିଲା। କିନ୍ତୁ ଆଗକୁ ଦୀପାବଳି ପର୍ବ ଆସୁଥିବାରୁ ଏହି କିସ୍ତି ଅକ୍ଟୋବରରେ ସରକାର ଜାରି କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ସରକାର କୌଣସି ତାରିଖ ଘୋଷଣା କରିନାହାନ୍ତି।

ତେବେ ଏହା ପୂର୍ବରୁ ଚାଷୀମାନଙ୍କୁ ସେମାନଙ୍କର ଆକାଉଣ୍ଟ ବିବରଣୀ, ଆଧାର କାର୍ଡ ଏବଂ ସମ୍ପୂର୍ଣ୍ଣ ଇ-କେୱାଇସି ଅପଡେଟ୍ କରିବାକୁ ପଡିବ। ଯାହାଫଳରେ କିସ୍ତି ଟଙ୍କା ପାଇବାରେ ହିତାଧିକାରୀଙ୍କୁ କୌଣସି ଅସୁବିଧା ହେବ ନାହିଁ। ତେବେ ଚାଷୀମାନେ ସରକାରୀ ୱେବସାଇଟ୍ କିମ୍ବା ନିକଟତମ CSC କେନ୍ଦ୍ରକୁ ଯାଇ ସେମାନଙ୍କର ସୂଚନା ଅପଡେଟ୍ କରିପାରିବେ। କିସ୍ତି ବିଷୟରେ ଅପଡେଟ୍ ପାଇବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସରକାରୀ ୱେବସାଇଟ୍ କୁ ଯାଇ ଯାଞ୍ଚ ମଧ୍ୟ କରିପାରିବେ।

ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟବିତ୍ତ ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ