Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ନୂଆ ରଣନୀତି , ଖେଳିବ ଏବେ ଆଦିବାସୀ କାର୍ଡ

ବିଜେଡି ଏବେ ନୂଆ ରଣନୀତି ଆପଣାଇଛି | କିନ୍ତୁ ନିର୍ବାଚନରେ ଜିତିବା ପାଇଁ ନୁହେଁ ବରଂ କଂଗ୍ରେସ ପାର୍ଥୀଙ୍କ ଭୋଟ୍ ଭାଙ୍ଗି ବିଜେପି ପାର୍ଥୀଙ୍କୁ ଜିତାଇବାରେ ଲାଗିଛି | ଆସନ୍ତାକାଲି ନୂଆପଡା ଉପନିର୍ବାଚନ ପାଇଁ ନୋଟିସ୍ ଜାରି କରିବେ | ତେବେ ବିଜେଡି ଏବଂ ବିଜେପି ର ପାର୍ଥୀ ଘୋଷଣା ହୋଇନଥିବା ବେଳେ ଦଳର ସୂଚନା ଅନୁଯାୟୀ କଂଗ୍ରେସ ପାର୍ଥୀ ଘାସିରାମ ମାଝୀ ଆସନ୍ତା ୧୯ ତାରିଖରେ ନାମାଙ୍କନ ଦାଖଲ କରିବେ | ବିଜେଡିର ପ୍ରମୁଖ ବିଧାୟକ ତଥା ଜୟ ଢୋଲକିଆ ଶନିବାର ଦିନ ଦଳ ପରିବର୍ତନ କରିବା ପରଠାରୁ ନୂଆପଡା ରାଜନୀତିରେ ଏକ ବଡ ପରିବର୍ତନ ଦେଖାଦେଇଛି |

ଅନ୍ୟପକ୍ଷେ ବିଜେଡି ତାର ପାର୍ଥୀ ଭାବରେ କାହାକୁ ଚୟନ କରିବ ତାହା ଅନୁମାନ କରିହେଉ ନାହିଁ | ଆଜି ବିଜେଡି ସଦସ୍ୟମାନେ ନୂଆପଡାରେ ପଂହଁଚି ଏଠାରେ ପାର୍ଥୀ ଚୟନ କରିବେ ବୋଲି ସୂଚନା ଦେଇଛନ୍ତି | ଏପଟେ ବିଜେଡି ଦଳ ନିଜର ରଣନୀତିକୁ ବଜାୟ ରଖିବା ପାଇଁ ସେଠାକାର ବରିଷ୍ଠ ନେତାମାନଙ୍କୁ ନିଜର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାରେ ଲାଗିଛନ୍ତି |ଏକ ମାସରୁ ଅଧିକ ଦିନ ନୂଆଦିଲ୍ଲୀରେ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡିଶା ଫେରି ଶନିବାର ସନ୍ଧ୍ୟାରେ ଦଳର ରାଜନୈତିକ ବ୍ୟାପାର କମିଟି ସହିତ ଆଲୋଚନା କରିଛନ୍ତି | ଦଳର ବରିଷ୍ଠ ନେତାମାନେ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରଠୁ ପାର୍ଥୀ ଖୋଜିବାରେ ତତ୍ପରତା ଦେଖାଉଛନ୍ତି |

ଏହି ନେତାମାନଙ୍କୁ ନୂଆପଡା ଯାଇ ସେଠାରେ ସ୍ଥାୟୀ ବାସିନ୍ଦା ସହ ଆଲୋଚନା କରିବାକୁ କୁହାଯାଇଛି | ବିଜେଡି ସୂତ୍ର ଅନୁସାରେ , ଏବେ ସମସ୍ତ ଗୁରୁତ୍ୱପୂର୍ଣ ଦାୟିତ୍ୱ ବିଜେଡିର କୋର ଟିମ ମେମ୍ବରଙ୍କୁ ନ୍ୟସ୍ତ ହୋଇଛି | ନୂଆପଡା ନିର୍ବାଚନମଣ୍ଡଳୀରେ ପ୍ରାୟ ୮୦-୮୫ ହଜାର ଆଦିବାସୀ ବସବାସ କରନ୍ତି | ତେବେ ଜଣେ ଉପଯୁକ୍ତ ଆଦିବାସୀ ବ୍ୟକ୍ତିକୁ ଚୟନ କଲେ ନିର୍ବାଚନରେ ବହୁମତ ହାସଲ କରି ଜିତିବା ମଧ୍ୟ ସହଜ ହେବ | ଏହି ରଣନୀତିକୁ ସାଙ୍ଗରେ ନେଇ ଉପକୂଳବର୍ତ୍ତୀ ଅଂଚଳର ନାମକରା ନେତାମାନେ ନୂଆପଡା ଗ୍ରସ୍ତ କରିଛନ୍ତି | ଏହି ଆଶାରେ କି ଜଣେ ଆଦିବାସୀ ପାର୍ଥୀକୁ ଚୟନ କରିବେ ଏବଂ ସମସ୍ତଙ୍କ ପ୍ରଶଂସା ସାଉଁଟିବେ | ତେବେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ସାରା ଓଡିଶା ଦେଖୁଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ