Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଟିଜେନ ଫୋରମ ପକ୍ଷରୁ କୋକସରା ବ୍ଲକ ର ବିଭିନ୍ନ ସମସ୍ୟା ନେଇ ବିଧାୟକ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୧୩/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ନେଇ କର୍ମକର୍ତ୍ତା ମାନେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ଆବଶ୍ୟକ ମୁତାବକ ବିଶେଷଜ୍ଞ ଡାକ୍ତର ନଥିବା ବେଳେ କେବଳ ଜଣେ ଦୁଇଜଣ ଏମବିବିଏସ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀ ଙ୍କ ଭରଷା ରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି, ବିଶେଷଜ୍ଞ ଡାକ୍ତର ଓ ଏକ୍ସରେ ଯନ୍ତ୍ରପାତି ଅଚଳ ଥିବା ରୋଗୀସେବା ବିପର୍ଯ୍ୟସ୍ତ ଓ ପ୍ରଭାବିତ ହୋଇ ପଡିଛି।ଏଣୁ ଭିତ୍ତିଭୂମି ର ବିକାଶ ସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି,କୋକସରା ବ୍ଲକ ସଦର ମହକୁମା ରେ ଥିବା ଯୁକ୍ତ ୨ ଓ ଡିଗ୍ରୀ ମହାବିଦ୍ୟାଳୟ ସହ ଲଡୁଗାଁ ରେ ଥିବା ହାଇୟର ସେକେଣ୍ଡାରୀ ସ୍କୁଲ କୁ ପୂର୍ଣ ସରକାରୀ ସହ ବିଜ୍ଞାନ, ବାଣିଜ୍ୟ ଓ ବୈଷୟିକ ବର୍ଗ ରେ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ଭିତ୍ତିଭୂମି ର ବିକାଶ, ବ୍ଲକ ରେ ଏକଲବ୍ୟ ବିଦ୍ୟାଳୟ ର ପ୍ରତିଷ୍ଠା, ବଜାର ବ୍ୟବସ୍ଥା ପାଇଁ ଆଦର୍ଶ ବଜାର ପ୍ରତିଷ୍ଠା, ବିଭିନ୍ନ ସରକାରୀ ବେସରକାରୀ ଚାକିରୀ ଆବେଦନ ପାଇଁ ଗରିବ ବର୍ଗ ର ମେଧାବୀ ଛାତ୍ରଛାତ୍ରୀ ଙ୍କ ପାଇଁ ପାଠାଗାର ଓ ପଠନ କେନ୍ଦ୍ର ଖୋଲିବା ଭଳି ଦାବି ନେଇ ଏକ ଦାବିପତ୍ର ବିଧାୟକ ଶ୍ରୀ ପାଟ୍ଟଯୋଶୀ ଙ୍କୁ ଦେଇଛନ୍ତି । ବ୍ଲକ ସିଟିଜେନ ଫୋରମ ସଭାପତି ବ୍ୟୋମକେଶ ପଣ୍ଡା,ସମ୍ପାଦକ ମିନିକେତନ ପ୍ରଧାନୀ, ଗରୁଡ଼ ଧ୍ଵଜ ମାଝୀ,ଜୟଲାଲ ନାଏକ,ଶ୍ରୀନିବାସ ପ୍ରଧାନୀ, ବାହାଦୂର ମାଝୀ, ଧନେଶ୍ୱର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories