ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୫୬ ଅଭିଯୋଗ ଶୁଣିଲେ ସମାଧାନ ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଲେ।

କଳାହାଣ୍ଡି,୧୩/୧୦
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସୋମବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହେଉଥିବା ବେଳେ ସୋମବାର କୋକସରା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ,ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିକାରୀ ସିଡିଓ ଦୟାମୟ ପାଢ଼ୀ,କୋକସରା ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ ବିଭାଗ, ସାମାଜିକ ସୁରକ୍ଷା, ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ପଞ୍ଚାୟତ ବିଭାଗ, ସମନ୍ୱୟ ଶିଶୁ ପ୍ରକଳ୍ପ ବିଭାଗ,ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମାଜ ମଙ୍ଗଳ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ,ଅବକାରୀ ବିଭାଗ ସମେତ ଅନ୍ୟ ବିଭାଗର ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ କୋକସରା ବ୍ଲକର ୨୨ ପଞ୍ଚାୟତରୁ ୫୬ ଗୋଟି ଅଭିଯୋଗ ଉପରେ ଜିଲ୍ଲାପାଳ ଶୁଣାଣି କରିବା ପରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସମାଧାନ କରିବାକୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ କୋକସରା ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରା ଠାରେ ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକାରୀ ପୋଲିସ ହାଉସିଂ ବୋର୍ଡ ର ଉଦାସୀନତା ଯୋଗୁଁ କାର୍ଯ୍ୟ ରେ ମନ୍ଥରତା, ସଦର ମହକୁମା ର ଶତାୟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏହାର ପୁନରୁଦ୍ଧାର ଓ ଭିତ୍ତିଭୂମି ର ବିକାଶ ଓ ଶିକ୍ଷା ର ବିକାଶ ପାଇଁ ପ୍ରତି ବ୍ଲକ ସଦର ମହକୁମା ରେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ ଖୋଲିବା ରେ ପାତର ଅନ୍ତର କରାନଯାଉ ବୋଳି ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ଲଡୁଗାଁ ର ମହିଳା ମାନେ ଦିର୍ଘ ବର୍ଷ ହେବ ଭିଏଲୱବ୍ଲୁ କ୍ବାଟର ଥିବା କାରଣରୁ ସର୍ଵ ସାଧାରଣ ରାସ୍ତା କୁ ଅବରୋଧ କରିଥିବା ନେଇ ଅଭିଯୋଗ କରିଛନ୍ତି। ସିର୍ଲିଗୁଡା ଗ୍ରାମବାସୀ ମାନେ ତେଣ୍ଡାପାଳି ଦେଇ ସିର୍ଲିଗୁଡା,ଦାବ୍ରିଗୁଡା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପ୍ରଶାସନ ଓ ବିଭାଗୀୟ ଅବହେଳା ନେଇ ଅଭିଯୋଗ କରିଥିଲେ। ଏହାସହ କୋକସରା ରେ ରନ୍ଧନ ଗ୍ୟାସ ଏଜେନ୍ସି ବାତିଲ ହୋଇ ଦୀର୍ଘବର୍ଷ ପରେ ମଧ୍ୟ ଅନ୍ୟ କୌଣସି ଏଜେନ୍ସି ନବୀକରଣ ହେଉନଥିବା, କୋକସରା ଗ୍ରାମ ରେ ମୁକୁଳା ଡ୍ରେନେଜ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ରେ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ର ଅପାରଗତା ନେଇ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଡ୍ରେନ ଉପରେ ଜବରଦଖଲ କରି ଅବରୋଧ କରିଥିବା ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରିବା ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ କୋକସରା ବ୍ଲକ ବିଡ଼ିଓ ଡ଼.ହିମାଞ୍ଚଳ ମାଝୀ ପରିଚାଳନା କରିଥିବା ବେଳେ ବ୍ଲକ ର ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ, ଜିପିଡ଼ିଓ,ପିଇଓ,ଏଡିଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣୀ ଶିବିର କୁ ଆସିଥିବା ଅଭିଯୋଗକାରୀ ଙ୍କୁ ପଞ୍ଜିକରଣ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲାପାଳ ଙ୍କୁ ଜନ ଶୁଣାଣି ଶିବର ନେଇ କିଛି ପ୍ରଶ୍ନ କରିବାକୁ ଦିର୍ଘ ସମୟ ଅପେକ୍ଷା କରିଥିବା ସତ୍ତ୍ୱେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧି ଙ୍କୁ କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ, ଏହି ଘଟଣା କୁ ନେଇ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।