Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଏରୀ ଖୋଲିଲା ପୀତବାସଙ୍କ ଅତୀତ : କିଏ ଦେଇଥିଲା ସୁପାରୀ ; ଏହା ପଛରେ କାହାର ରହିଛି ହାତ

ଡାଏରୀ ଖୋଲିଲା ପୀତବାସଙ୍କ ଅତୀତ : କିଏ ଦେଇଥିଲା ସୁପାରୀ ; ଏହା ପଛରେ କାହାର ରହିଛି ହାତ

ପୀତବାସଙ୍କ ମର୍ଡର ମିଷ୍ଟ୍ରିରେ ଖୋଲିଛି ନୂଆ ରହସ୍ୟ | ଏବେ ଡାଏରୀ ଖୋଜିବ ଅସଲ ହତ୍ୟାକାରୀକୁ | ସୂଚନା ଅନୁଯାୟୀ, ଏହି ତାଙ୍କ ଘରୁ ମିଳିଛି | ଏହି ଡାଏରୀରେ କିଏ କେତେ ଟଙ୍କା ନେଇଛନ୍ତି ଏବଂ କିଏ କେତେ ଟଙ୍କା ତାଙ୍କୁ ଦେଇଛନ୍ତି , ଏବଂ କିଏ କେଉଁ ତାରିଖରେ କେତେ ନେଇଛନ୍ତି ଆଉ କିଏ କେଉଁ ତାରିଖରେ କେତେ ଦେଇଛନ୍ତି ତାହା ସେହି ଡାଏରୀରେ ସ୍ପଷ୍ଟ ଭାବରେ ଲେଖା ହୋଇଛି | ଆଶ୍ଚର୍ଯ୍ୟର କଥା ହେଉଛି ଯେ ଲୋକେ ତାଙ୍କଠୁ ହଜାର କି ଦୁଇ ହଜାର ନେଇନାହାତି ବରଂ ସେ ଲକ୍ଷାଧିକ ତାଙ୍କର କାରବାର କରୁଥିଲେ | ସବୁ ଟଙ୍କାର ମିଶାଇ ପ୍ରାୟ ୨.୫୦ ଲକ୍ଷ ସେ ଉଧାରରେ ଦେଇଥିଲେ | ତାଙ୍କର ବନ୍ଧୁ ତାଙ୍କଠୁ ୮୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ପରବର୍ତୀ ସମୟରେ ସେ ଟଙ୍କା ଫେରାଇନଥିଲେ | ତାଙ୍କର ସେ ବନ୍ଧୁ ପୀତବାସକୁ ତାଙ୍କ ଘରକୁ ମଧ୍ୟ ବିକ୍ରି କରିଦେଇଥିଲେ | ତାଙ୍କ ସହିତ ଅନେକ ଲୋକ ଏପର୍ଯ୍ୟନ୍ତ ତାଙ୍କଠାରୁ ଟଙ୍କା ନ ଫେରାଇ ଏବେ ମୁହଁ ଖୋଲୁ ନାହାନ୍ତି |

ଏହି ଘଟଣା କ୍ରମେ ପୁଲିସ ଡାଏରୀରେ ଉଲ୍ଲେଖ ଥିବା ବ୍ୟକ୍ତିମାନଙ୍କୁ ଜେରା କରିବାରେ କରିବାରେ ଲାଗିଛି| ସତ୍ୟତା ଜାଣିବା ପାଇଁ ପୁଲିସ ଏକ ଟିମ ତଦନ୍ତରେ ଲାଗିପଡ଼ିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ