ଜମ୍ମୁ କାଶ୍ମୀର ପାଠ୍ୟକ୍ରମ ରେ ସାମିଲ ହେଲା ଅଧ୍ୟାପକ ସଞ୍ଜୟ ପୁରୋହିତ ଙ୍କ ୨ ଭୂଗୋଳ ପୁସ୍ତକ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ରେ ଅଧ୍ୟାପକ ଥିବା ସଞ୍ଜୟ କୁମାର ପୁରୋହିତ ଙ୍କ ଦ୍ଵାରା ଇଂରାଜୀ ରେ ଲିଖିତ ୨ ଗୋଟି ଭୂଗୋଳ ପୁସ୍ତକ ଫାଉଣ୍ଡେସନ ଅଫ ଫିଜିକାଲ ଜୋଗ୍ରାଫି ଓ ଫାଉଣ୍ଡେସନ ଅଫ ହ୍ୟୁମାନ ଜୋଗ୍ରାଫି ଜମ୍ମୁ କାଶ୍ମୀର ବୋର୍ଡ ଅଫ ସ୍କୁଲ ଶିକ୍ଷା ବିଭାଗ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ହୋଇ ୨୦୨୫/୨୬ ଶିକ୍ଷା ବର୍ଷ ପାଇଁ ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ପାଠ୍ୟକ୍ରମ ରେ ସାମିଲ ହୋଇଛି। ଏହି ଦୁଇଟି ପୁସ୍ତକ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନୂଆଦିଲ୍ଲୀ ର କଲ୍ୟାଣି ପବ୍ଲିସର ଦ୍ୱାରା ପ୍ରକାଶିତ ହୋଇଛି।ପ୍ରକାଶ ଥାଉ କି ପୂର୍ବରୁ ଅଧ୍ୟାପକ ଶ୍ରୀ ପୁରୋହିତ ଙ୍କ ଦ୍ଵାରା ଲିଖିତ ୭ ଗୋଟି ପୁସ୍ତକ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତି ପାଇ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ରେ ସାମିଲ ହୋଇ ସାରିଛି। ଅଧ୍ୟାପକ ଙ୍କ ଏହି ଉତ୍କର୍ଷତା ପାଇଁ ତାଙ୍କୁ ବିଭିନ୍ନ ଶିକ୍ଷାବିଦ,ଅଧ୍ୟାପକ ଅଧ୍ୟାପିକା ବୁଦ୍ଧିଜୀବୀ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।