ଲଡୁଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:ପ୍ରାଥମିକ ରୁ ଉଚ୍ଚ ପ୍ରାଥମିକ ଓ କଲେଜ ର ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ବିଭିନ୍ନ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ।ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୁଧବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ର ୧୭ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ମୁଖ୍ୟ ବକ୍ତା ଭାବେ ଉମେଶ ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ସିଆରସିସି ଫାଲ୍ଗୁନୀ ବାଣୁଆ, ଶିକ୍ଷକ ପ୍ରେମଲାଲ ସାହୁ, ଜୟନ୍ତ ଦିଶାରୀ,ବିଶ୍ୱନାଥ ମେହେର ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ପର୍ଯ୍ୟବେକ୍ଷକ ଭାବେ ବିଇଓ ମହେଶ ଭାଟି ଓ ଏବିଇଓ ଦୟାନିଧି ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ବର୍ଗ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିତର୍କ,ବକୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ,ଚିତ୍ରଙ୍କନ, ସୃଜନଶୀଳ ଲିଖନ, ଓଡ଼ିଆ ହସ୍ତାକ୍ଷର ଶୃତଲିଖନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ପ୍ରତିଯୋଗିତା ହୋଇଥିଲା। ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପଙ୍କଜ ମୁଖ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ସଞ୍ଜୟ ସିଙ୍ଗଲ,ସିଆରସିସି ଫାଲ୍ଗୁନୀ ବାଣୁଆ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ମୃତି ମୟୀ ଦୁର୍ଗା ମଞ୍ଚ ସଂଯୋଜନା କରିଥିବା ବେଳେ ସିଆରସିସି ଶ୍ରୀ ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଲଡୁଗାଁ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।