Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର କିଣିବେ ୧୦ ହଜାର ଗାଡି; ଇଭି ଏବଂ ହାଇବ୍ରିଡ୍ ଗାଡି କିଣିବାକୁ ନେଇ ଦ୍ବନ୍ଦ…

ଭୁବନେଶ୍ୱର: ସରକାର କିଣିବେ ୧୦ ହଜାର ଗାଡି। ଇଭି ଏବଂ ହାଇବ୍ରିଡ୍ ଗାଡି କିଣିବାକୁ ନେଇ ଦ୍ବନ୍ଦ। ସରକାର ଓ ଗାଡି କମ୍ପାନୀଙ୍କ ମଧ୍ୟରେ ଚାଲିଛି ଜୋରଦାର କସରତ।

ଆସନ୍ତା ୬ ମାସ ମଧ୍ୟରେ ସରକାରୀ ଗାଡିରେ ଦେଖା ଯିବ ପରିବର୍ତନ। ସରକାରୀ ଗାଡି ଯଥା ମନ୍ତ୍ରୀ, ସଚିବ ଏବଂ ବଡ ବଡ ଅଧିକାରୀ ଚଢ଼ୁଥିବା ଗାଡି ସବୁ ଏବେ ଇଭି ଗାଡ଼ିରେ ପରିବର୍ତନ। ତେବେ ଏ ନେଇ ଗାଡି କମ୍ପାନୀମାନଙ୍କ ଭିତରେ ଚାଲିଛି ଜୋରଦାର କସରତ। କେଉଁ କମ୍ପାନୀର କେଉଁ ଗାଡି କିଣିବେ ତାହା ନେଇ ଦ୍ବନ୍ଦରେ ରହିଛନ୍ତି ସରକାର। ପୂର୍ବରୁ ମନ୍ତ୍ରୀ ଏବଂ ତାଙ୍କ ପଦବୀ ଅନୁସାରେ କେଉଁ ଗାଡି ଏବଂ କେତେ ଦାମ୍ ରହିବ ତାହା ଆଲୋଚନା ଚାଲିଥିବା ସମୟରେ ସରକାର ଇଭି ଗାଡି କିଣିବାକୁ ମନସ୍ତ କରିଛନ୍ତି।

ଏବେ ଲୋକସଭା ଭବନରେ ଗାଡି କମ୍ପାନୀମାନେ ଧାଡି ବାନ୍ଧି ନିଜର ଭାଗ୍ୟ ପରୀକ୍ଷା କରିବାରେ ଲାଗିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବରେ ଗାଡି କମ୍ପାନୀର ମାର୍କେଟିଂ ମୁଖ୍ୟମାନେ ଡେରା ପକାଉଛନ୍ତି। କିନ୍ତୁ ଅର୍ଥ ବିଭାଗ ତରଫରୁ ଯେଉଁ ମାନଦଣ୍ଡ ପ୍ରକାଶ କରାଯାଇଥିଲା ତାହା ଇଭି ଗାଡି ସହ ଖାପ ଖାଉ ନାହିଁ।ତେଣୁ ଅର୍ଥ ବିଭାଗ ତରଫରୁ କୌଣସି ସୂଚନା ମିଳିନାହିଁ। ଅର୍ଥ ବିଭାଗ ପକ୍ଷରୁ କିପରି ମନ୍ତ୍ରୀ ଏବଂ ବଡ ବଡ ଅଧିକାରୀଙ୍କୁ ତାଙ୍କ ପଦବୀ ଅନୁସାରେ କେଉଁ କମ୍ପାନୀର ଗାଡି, କେଉଁ ମଡେଲ ଏବଂ କେଉଁ ମାଧ୍ୟମରେ କିଣାଯିବ ତାହା ଏବେ ସ୍ପଷ୍ଟ ଭାବରେ କୁହାଯାଇ ନାହିଁ। ଏହି ବିଷୟରେ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ ବୋଲି କୁହାଯାଇଛି।

ପରିବହନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମାନଦଣ୍ଡକୁ ଧ୍ୟାନରେ ରଖି ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରାୟ ୪ ହଜାର ଗାଡି ଟାର୍ଗେଟ ରଖିଥିବା ବେଳେ ଅର୍ଥ ଏହି ବାବଦକୁ ପ୍ରାୟ ୩୦୦ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ସହାୟତା ବାବଦକୁ ଆହୁରି ପ୍ରାୟ ୫୦୦ କୋଟି ଟଙ୍କା ମିଳିବ। କିନ୍ତୁ ପୂର୍ବରୁ କେଉଁ ଗାଡି କିଏ ଚଳାଇବେ ତା ବାବଦରେ ଯେଉଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଥିବା ସେହି ଦରର ଇଭି ଗାଡି ମିଳୁନାହିଁ। ତେଣୁ ଇଭି ଗାଡି କିଣିବାକୁ ହେଲେ ଗାଡିର ଦର ବଢେଇବାକୁ ହେବ।

ତେବେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀପରିଷଦର ସଦସ୍ୟ, ମୁଖ୍ୟ ସଚିବ, ସଚିବ ପାହ୍ୟା ଅଧିକାରୀ ଏବଂ ଉଚ୍ଚ କତୃପକ୍ଷଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଭିତରେ ଟୟୋଟା ଇନୋଭା, ହେକ୍ସା, ମହିନ୍ଦ୍ରା ଏକ୍ସେୟୁହି ୫୦୦ ଭଳି ଗାଡି କିଣାଯାଇପାରିବ। କିନ୍ତୁ ଏଠି ସମସ୍ତ ବରିଷ୍ଠ ଅଧିକାରୀମାନେ ଇନୋଭା ଗାଡି ଚଢ଼ିବାକୁ ପସନ୍ଦ କରୁଛନ୍ତି। ଗାଡିର ଦର ବୃଦ୍ଧି ହେବାରୁ ଏବେ ସରକାର ମଧ୍ୟ ଦ୍ବନ୍ଦରେ ଅଛନ୍ତି।

ଏବେ ଇଭି ଗାଡି ପାଇଁ ଉପଯୁକ୍ତ ରାଶି ନଥିବାରୁ ରାଜ୍ୟ ସରକାର ଉଭୟ ଇଭି ଏବଂ ହାଇବ୍ରିଡ୍ ଗାଡି କିଣିବାକୁ ମନସ୍ତ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ଏକା ସମୟରେ ଏତେ ପରିମାଣରେ ଗାଡି କିଣିଲେ, ଗାଡି କମ୍ପାନୀ ଗାଡି ଯୋଗାଇ ପାରିବ କି ନାହିଁ ଏବଂ ଗାଡି କିଣିବାରେ ସରକାର ସ୍ୱଚ୍ଛତା ରକ୍ଷା କରିବେ କି ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ହୋଇରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ