କେବେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ…

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି। ନୂଆପଡା ଉପ ନିର୍ବାଚନର ତାରିଖ ଘୋଷଣା ପରଠାରୁ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆସନ୍ତା ୧୮ ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ନାମାଙ୍କନ ଭରିବା ପାଇଁ ବିଜେପି ସରକାର ଏକ ସଭାର ଆୟୋଜନ କରିଛନ୍ତି।
ଯେଉଁଥିରେ କି ଦଳ ପରିବର୍ତନ କରିଥିବା ପ୍ରାର୍ଥୀମାନଙ୍କୁ ନାମାଙ୍କନରେ ସୁଯୋଗ ଦିଆଯିବ। ଗତ ୧୧ ତାରିଖରେ ଜୟ ଢୋଲକିଆ ଦଳ ପରିବର୍ତନ କରି ବିଜେପି ଦଳରେ ସାମିଲ ହୋଇଥିଲେ। ତେବେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା କି ସେ ଆଜି ନାମାଙ୍କନ ଭରିବେ। କିନ୍ତୁ ଏହି ଭିତରେ ବିଜେପି ଦଳ ନିଜର ମନ ପରିବର୍ତନ କରିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ , ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ନାମାଙ୍କନ ଦିନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ୪୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ସେଠାରେ ଏକ ବିଶାଳ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ। ନୂଆପଡା ଉପନିର୍ବାଚନର ବିଜେପିର ଏକ ରାଜନୈତିକ ମହାପର୍ବ ହେବାକୁ ଯାଉଛି।
ଏହି ମହାପର୍ବରେ ନୂଆପଡାର ପ୍ରତ୍ୟେକ ବର୍ତମାର କାର୍ଯ୍ୟରତ ଥିବା ସରପଞ୍ଚ , ସମିତି ସଭ୍ୟ , ୱାର୍ଡ ମେମ୍ବର , ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେପିରେ ମିଶିବେ। ଏହି ମହାପର୍ବକୁ ଆୟୋଜନ କରିବା ପାଇଁ ଦଳ ସଭାପତି ମନମୋହନ ସାମଲ ନିଜେ ନୂଆପଡା ଯାଇ ତାହାର ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ମିଳିଛି।