Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସିଆଲ ମିଡିଆରେ ଭାଇରାଲ ହେଲା କୋହଲୀଙ୍କ ପୋଷ୍ଟ; ହଲଚଲ ହୋଇଗଲା କ୍ରିକେଟ ଜଗତ…

ପାର୍ଥ: କୋହଲୀଙ୍କ ଭାଇରାଲ ପୋଷ୍ଟ ଏବେ ସାରା ଭାରତରେ ଘୁରି ବୁଲୁଛି । ଏବେ କ୍ରିକେଟ ଷ୍ଟାର ବିରାଟ କୋହଲି ଅଧିକ ସମୟ ଏବେ ଅଷ୍ଟେଲିଆ ଗ୍ରସ୍ତରେ ରହୁଛନ୍ତି। ଅଷ୍ଟ୍ରେଲିଆର ପାର୍ଥ ନାମକ ଏକ ସ୍ଥାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପ୍ରଥମ ଦିନିକିଆ ଖେଳାଯିବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ ବହୁତ ଚର୍ଚ୍ଚାରେ ଅଛି। ଏହି ସିରିଜ ପରେ କୋହଲି ଦିନିକିଆ ଅବସର ନେବେ ବୋଲି ଗୁଜବ ଜୋର ଧରିଛି।

ଏହି ପୋଷ୍ଟଟି ପାର୍ଥରେ ପହଂଚିବା ପରେ କରିଛନ୍ତି। ସେ ତାଙ୍କ ଏକ୍ସ ଆକାଉଣ୍ଟ ମାଧ୍ୟମରେ କହିଛନ୍ତି ଯେ ଯେତେବେଳେ ଆମେ ପ୍ରକୃତରେ ବିଫଳ ହୁଅନ୍ତି, ସେତେବେଳେ ଆପଣ ହାର ମାନିବାକୁ ନିଷ୍ପତି ନିଅନ୍ତି। ବୋଧହୁଏ ବିରାଟ ୨୦୨୭ ବିଶ୍ୱକପ ପ୍ରତି ତାଙ୍କର ପ୍ରତିବନ୍ଧିତାକୁ ନିଶ୍ଚିତ କରିଛନ୍ତି। ଏବଂ ଏହି ପୋଷ୍ଟ ମାଧ୍ୟମରେ ସେ କହିବାକୁ ଚାହିଁଛନ୍ତି ଯେ , ସେ କ୍ରିକେଟକୁ ବହୁତ ଭଲ ପାଆନ୍ତି ଏବଂ ଆଜି ମଧ୍ୟ ସେ ଭାରତ ପାଇଁ ମ୍ୟାଚ ଖେଳିବାକୁ ତାଙ୍କ ପାଖରେ ସେତିକି ସାମର୍ଥ୍ୟ ଅଛି। ଆଉ ସେ ଆଗକୁ ମଧ୍ୟ ଅଧିକରୁ ଅଧିକ ଖେଳିବେ ବୋଲି କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫି ଭାବରେ ଚଳିତ ବର୍ଷ ଆନ୍ତର୍ଜାତିକ ମ୍ୟାଚରେ ସେ ବିଜୟୀ ହାସଲ କରିଥିଲେ। ଚଳିତ ମାସ ଅକ୍ଟୋବର ୧୯ ତାରିଖରେ ପ୍ରଥମଥର ପାଇଁ ଖେଳିବାର ନଜର ଆସିବେ। ପୂର୍ବ ବର୍ଷ ଟି ୨୦ ରୁ ଅବସର ନେବା ପରେ ବିରାଟ ଏହି ବର୍ଷ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ନେଇଥିଲେ। ସେ ପାକିସ୍ତାନ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଦଳ ପର୍ଯ୍ୟାୟରେ ଏକ ଶତକ ରନ ହାସଲ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ