Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନଜୀବୀ ପୀତବାସ ହତ୍ୟା ମାମଲା, ଆଉ ୮ଜଣଙ୍କୁ ଉଠାଇ ନେଲା ପୁଲିସ

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି । ମୋଟାମୋଟି ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ପୁଲିସ କବଜାକୁ ନେଲାଣି । ସାର୍ପସୁଟର ଓ ମଧ୍ୟସ୍ଥିକୁ ଘନ ଘନ ଜେରା ଚାଲିଛି ।

ଅନ୍ୟମାନଙ୍କୁ ଧରି ପୁଲିସ ପହଞ୍ଚିବା ପରେ ସବୁ ସତ ପଦାକୁ ଆସିବ ।

ତେବେ ଏହାରି ଭିତରେ ପୁଲିସ ହାତରେ ଲାଗିଛି ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଆଉ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ ପୁଲିସକୁ ବିହାର ଲିଙ୍କ ଧରାଇଥିବା ଚର୍ଚ୍ଚା ହେଉଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ରିଚାର୍ଜ ଦୋକାନରୁ ଘରକୁ ୯୫୦୦ ଟଙ୍କା ପଠାଇଥିଲେ । ଯାହା ପୀତବାସ ମର୍ଡର ମିଷ୍ଟ୍ରି ପଛରେ ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇ ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ