Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗାପୁର ପରେ ଏବେ ହାଇଦ୍ରାବାଦ; ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର: ଆଉ କେତେ ଦିନ ଚାଲିବ! ଦୁର୍ଗାପୁର ଘଟଣା ପରେ ଏବେ ହାଇଦ୍ରାବାଦରେ ଏହି ଅଘଟଣ ହେବାର ଅଭିଯୋଗ ସାମ୍ନାକୁ ଆସିଛି। ଓଡ଼ିଆ ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ୨୬ ବର୍ଷୀୟ ମହିଳା ୬ ମାସ ହେଵ ସ୍ୱାମୀଙ୍କ ସହିତ ହାଇଦ୍ରାବାଦରେ ରହି ଆସୁଥିଲେ। ସ୍ୱାମୀ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେହି କମ୍ପାନିର ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଭାବରେ କାମ କରୁଥିଲେ ମୃତ ମହିଳା।

ସୂଚନା ମୁତାବକ, ପାସପୋର୍ଟ ସଂଶୋଧନ ପାଇଁ ସ୍ବାମୀ ଓଡ଼ିଶା ଆସିଥିବା ବେଳେ ସ୍ତ୍ରୀ ଏକୁଟିଆ ତାଙ୍କ କ୍ୱାର୍ଟରରେ ଥିଲେ। ସେ ସେଠାରେ ସ୍ତ୍ରୀଙ୍କର ଦେହ ଅସୁସ୍ଥ ହେବାର ଖବର ପାଇଥିଲେ। ସେ ତୁରନ୍ତ ହାଇଦ୍ରାବାଦ ଫେରିବା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତ ଶରୀର ମିଳିଥିଲା। ସ୍ୱାମୀଙ୍କର କହିବା ଅନୁଯାଇ ,ତାଙ୍କ ମଧ୍ୟରେ କୌଣସି ପାରିବାରିକ କଳହ ନଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ସ୍ତ୍ରୀ ହତ୍ୟାକୁ ନେଇ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସ୍ବାମୀ ।

ଅନ୍ୟପକ୍ଷେ ମୃତ ଶିକ୍ଷୟତ୍ରୀଙ୍କ ମାଆ ସୁକାନ୍ତି ମହନ୍ତ କହିଛନ୍ତି ଯେ , ପୁରା ପରିବାର କରଜରେ ବୁଡ଼ି ରହିଥିବା ବେଳେ ଝିଅ କରଜ ଶୁଝିବାକୁ ଯାଇ ଶବ ପାଲଟି ଗଲେ। ଗତ ୬ ମାସ ତଳେ ହାଇଦ୍ରାବାଦ ଯାଇଥିଲେ। ଗତ ବୁଧବାର ଦିନ ତାଙ୍କ କ୍ୱାର୍ଟର ଭିତରୁ ସନ୍ଦେହଜନକ ଭାବେ ମୃତଦେହ ମିଳିଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ