ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ; ପୂର୍ବ ପ୍ରଣାଳୀକୁ ଫେରିପାରେ ପରୀକ୍ଷା


ଭୁବନେଶ୍ବର: ପୁଣି ପୂର୍ବ ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା । ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ଛାତ୍ରଛାତ୍ରୀ । ଏ ନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ ଗତକାଲି ସୂଚନା ଦେଇଛନ୍ତି । ପୂର୍ବରୁ ସମେଟିଭ ଆସେସମେଂଟ -୧ ଓ ସମେଟିଭ ଆସେସମେଂଟ ୨ ଦେଉଥିଲେ ପରୀକ୍ଷାର୍ଥୀ।

କରୋନା ସମୟରେ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଦଶମ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ଟି ଫର୍ମେଟିଭ ଆସେସମେଂଟ ଓ ୨ ଟି ସମ୍ମେଟିଭ ଆସେସମେଂଟ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ନୁଆ ପରୀକ୍ଷା ପ୍ରଣାଳୀକୁ ନେଇ ଖୁବଶୀଘ୍ର ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ଜଣାପଡ଼ିଛଇ।