Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପାଙ୍କ ନାଁରେ ଭୋଟ ନେବାକୁ ଚେଷ୍ଟା କରୁଛି ବିଜେଡି – ଜୟ ଢୋଲକିଆ

ନୂଆପଡ଼ା ଉପ-ନିର୍ବାଚନ ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । ଆସନ୍ତାକାଲି ସେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ଏହା ପୂର୍ବରୁ ସେ ନୂଆପଡାରେ କରିଛନ୍ତି ଜୋରଦାର ପ୍ରଚାର । ପ୍ରଚାରରେ ଯାଇଁ ଭୋଟରଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି । ତେବେ ଏହି ଅବସରରେ ଜୟ କହିଛନ୍ତି ବିଜେଡି ମୋ ବାପାଙ୍କ ନାଁରେ ଭୋଟ ନେବାକୁ ଚେଷ୍ଟା କରୁଛି ।

ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ମୋତେ ଆଶୀର୍ବାଦ କରିବାକୁ ସେ ଆସିଥିଲେ। ଆଉ ଦଳକୁ ବିଜୟ କରିବାକୁ ବୈଠକ କରିଥିଲେ। ଆମେ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟ ପାଥେୟ କରି ନିର୍ବାଚନକୁ ଯିବୁ। ଶନିବାର ଖରିଆର ରୋଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ଅଛି । ଏହାପରେ ନୋମିନେସନ କରାଯିବ। ପାଖାପାଖି ୧୦ ହଜାରରୁ ଅଧିକ ଲୋକ ଏକାଠି ହେବେ । ବିଜେଡିର କୌଣସି ରଣନୀତି କାମ ଦେବ ନାହିଁ। ମୋ ବାପା ୫୦ ବର୍ଷ ଧରି ଲୋକଙ୍କ ସେବା କରି ଆସୁଛନ୍ତି । ମୋତେ ମଧ୍ୟ ସେମାନେ ଦେଖୁଛନ୍ତି। ବିଜେଡି ମୋ ବାପାଙ୍କ ଫଟୋ ଲଗାଇ ଭୋଟ ନେବାକୁ ଚେଷ୍ଟା କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ