Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ASO ମେରିଟ୍‌ ଲିଷ୍ଟ୍‌ ଖାରଜ କଲେ ହାଇକୋର୍ଟ; ୨ ମାସ ମଧ୍ୟରେ ନୂଆ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ: ASO ମେରିଟ୍‌ ଲିଷ୍ଟ୍‌ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଆଜି ଖାରଜ କରିଛନ୍ତି। ରାଜ୍ୟ ସଚିବାଳୟରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପଦରେ ନିଯୁକ୍ତି ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା।

ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ମେରିଟ ଲିଷ୍ଟକୁ ଖାରଜ କରିଦେିଛନ୍ତି। କୋର୍ଟ ଦୁଇ ମାସ ମଧ୍ୟରେ ଲିଖିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଦ୍ୱାରା ମିଳିଥିବା ମାର୍କ ଆଧାରରେ ଏକ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବର୍ଷ ଅଗଷ୍ଟ ୨୭ ରେ ହୋଇଥିଲା ଏଏସ୍‌ଓ ଲିଖିତ ପରୀକ୍ଷା। ଏଥିରେ ପାଖାପାଖି ୧.୫ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୧୦୪ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ନଭେମ୍ବର ୭ ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମୂଲ୍ୟାଙ୍କନରେ ଅନିୟମିତତା ଅଭିଯୋଗରେ ଅତି କମରେ ୨୦ ଜଣରୁ ଅଧିକ ପ୍ରାର୍ଥୀ ନ୍ୟାୟିକ ହସ୍ତକ୍ଷେପ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ