Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼ : ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କି ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ଦିଲ୍ଲୀରୁ ବାନ୍ଧିଛି ପୁଲିସ ।

ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍‌ ବି ଜବତ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ ବି ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି । ସୁପାରି କିଲର, ରେକି ଟିମ ମେମ୍ବର, ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ବ୍ରହ୍ମପୁରର କିଛି ଯୁବକଙ୍କୁ ବି ପୁଲିସ ଉଠାଇ ନେଇଛି । ସହରର ଜଣେ ଜଣାଶୁଣା ମଦ ବ୍ୟବସାୟୀ ବି ୨ ଦିନ ହେଲା ପୁଲିସ କବଜାରେ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାରରୁ ୮ଜଣଙ୍କୁ ପୁଲିସ ଧରିଥିଲା ବେଳେ ବ୍ରହ୍ମପୁରରୁ ୩ ଜଣଙ୍କୁ ନେଇ ପଚରାଉଚରା କରୁଛି । ମୁହାଁମୁହିଁ ଜେରା ପରେ ଅନେକ କିଛି କଥା ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ