Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ବିଦେଶୀ ମଦ ସହ କାର୍ ଜବତ, ୩ ଗିରଫ।

କଳାହାଣ୍ଡି,୧୮/୧୦:କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧୀକ୍ଷକ ରଞ୍ଜନ ନାଏକଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ୟୁନିଟ୍ ପକ୍ଷରୁ ମାଣିଙ୍ଗ ଛକ ନିକଟରେ ବିଦେଶୀ ମଦ ବୋଝେଇ କାରକୁ ଅଟକ ରଖି ତନଖି କରିଥିବା ବେଳେ ଏଥିରେ ୭୭.୯୧୦ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲେ । ଅବକାରୀ ବିଭାଗ ପକ୍ଷରୁ କାର୍ ଓ ମଦ ଜବତ କରିବା ସହିତ ଝାରଖଣ୍ଡ ପାଲାମୁ ଜିଲ୍ଲାର ବିପିନ ଗୁପ୍ତା (୩୩), କମଲେଶ କୁମାର (୩୪) ଓ ବିନୁ କୁମାର (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି | ଏହି ଚଢ଼ଉରେ ସହକାରୀ ଅଧୀକ୍ଷକ ସାଗରିକା ପ୍ରଧାନ ଏସ୍‌ଆଇ ବିଜୟ ଭୂଷଣ ନାଏକ, ହେମକାନ୍ତ ସୁନା, କନଷ୍ଟେବଲ ଭାନୁଚନ୍ଦ୍ର ମାଝୀ, ଶ୍ରୀକାନ୍ତ ଠାକୁର, ଦୀପ୍ତି ସାହୁ, ଏଏସ୍‌ଆଇ ସୁଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ