ମୁଖ୍ୟମନ୍ତ୍ରୀ ଚା ପିଇଥିବା ଟି ଷ୍ଟଲକୁ ଭାଙ୍ଗିଲା ବିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚା’ ପିଇଥିବା ଟି ଷ୍ଟଲକୁ ଭାଙ୍ଗିଦେଲା ମହାନଗର ନିଗମ (ବି.ଏମ୍.ସି) । ଗତ ସେପ୍ଟେମ୍ବର ମାସ ୨୨ତାରିଖ ଦିନ ଚା’ ପେ’ ଚର୍ଚ୍ଚା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ସ୍ଥିତ ମେ’ ଫେୟାର ଛକଠାରେ ଥିବା ‘ଅର୍ଜୁନ ଟି ଷ୍ଟଲ’ ଚା’ ପିଇବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।କିନ୍ତୁ, କିଛିଦିନ ତଳେ ଉକ୍ତ ଟି ଷ୍ଟଲକୁ ମହାନଗର ନିଗମ କର୍ତ୍ତୃପକ୍ଷ ଭାଙ୍ଗି ଦେଇଛନ୍ତି । ଜବରଦଖଲ ପାଇଁ ଅର୍ଜୁନ ଟି ଷ୍ଟଲର ସାମ୍ନା ଭାଗକୁ ଭାଙ୍ଗି ଦେଇଛି ବି.ଏମ୍.ସି ।
ଏଠାରେ ଉଲେଖ୍ୟ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଚା’ ପିଇଲା ପରେ ଉକ୍ତ ଦୋକାନଟି ଆହୁରି ଅଧିକ ଲୋକପ୍ରିୟ ହୋଇଥିଲା, ଫଳରେ ସକାଳ ଓ ସନ୍ଧ୍ୟା ସମୟରେ ଉକ୍ତ ଟି ଷ୍ଟଲରେ ଭିଡ଼ ହେଉଥିଲା ।
ଏହି ସମୟରେ ବାଟରେ ଅଟକି, ଲୋକଙ୍କ ସହ ମିଶି ଅର୍ଜୁନ ଟି ଷ୍ଟଲରେ ଚା’ ପିଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନମୋ ଯୁବ ମାରାଥନରୁ ଫେରିବା ବେଳେ ଭୁବନେଶ୍ବର ମେ ଫେୟାର ଛକରେ ସାଧାରଣ ଲୋକଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଲୋକଙ୍କୁ ବିଭିନ୍ନ କଥା ପଚାରି ବୁଝିଥିଲେ।
