ରୁପା ୨୫ହଜାର ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି

ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି। ସେଥିରୁ ଦୁଇଦିନ ଥିଲା ଛୁଟି। ଅର୍ଥାତ ମାତ୍ର ଚାରିଟି କାରବାର ଦିନରେ ରୁପାରେ ଏଭଳି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି।
ଗତ ରବିବାର ଓ ସୋମବାର ଛୁଟିଥିବା କାରଣରୁ ଏହାର ଦାମ୍ରେ କୌଣସି ପରିବର୍ତ୍ତନ ଘଟିନଥିଲା।
ବଜାର ତଥ୍ୟ ଅନୁସାରେ ଚଳିତ ମାସ ୧୫ରେ ରୁପା କେଜି ଏହାର ସର୍ବୋଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ତା’ପରଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟୁଛି। କେବଳ ଧନତେରସ୍ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା। ରୁପାର ଚାହିଦା ବଢ଼ିବାରୁ ତାହାର ଦାମ୍ ବଢ଼ୁଥିଲା। ଦରରେ ଏହି ହ୍ରାସ ଆଗାମୀ ଦିନରେ ଜାରି ରହିବା ଆଶା କରାଯାଉଛି। କେବଳ ରୁପା ନୁହେଁ, ସୁନା ଦର ବି ହ୍ରାସ ପାଇବାରେ ଲାଗିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୦ ଟଙ୍କା କମ୍ ହୋଇ ୧,୧୯,୭୦୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୧୧୦ ଟଙ୍କା କମ୍ ହୋଇ ୧,୩୦,୫୮୦ ଟଙ୍କା ହୋଇଛି। ଧନତେରସ୍ ଦିନ ୨୨ କ୍ୟାରେଟ୍ ସୁନା ଦାମ୍ ୧୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୧୯୧୦ ଟଙ୍କା କମ୍ ହୋଇଥିଲା।