Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀସାଗର ସେକ୍ସ ରାକେଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ଆତଙ୍କରେ ଗ୍ରାହକ…

ଭୁବନେଶ୍ଵର: ଲକ୍ଷ୍ମୀସାଗର ସେକ୍ସ ରାକେଟ ଘଟଣାରେ ଆଜି ଏକ ନୂଆ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ରାଜଧାନୀର ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା ଏବେ HIV ପଜିଟିଭ୍ ବୋଲି ଜଣାପଡିଛି। ପୋଲିସ ଏବେ ଗ୍ରାହକର ଠିକଣା ଖୋଜିବାରେ ଲାଗିଛି । ଏହି ଘଟଣାର ଆରମ୍ଭରେ ପ୍ରଥମେ ରାସ୍ତାରୁ କ୍ଷତାକ୍ତ ନାବାଳିକା ଉଦ୍ଧାର ପରେ ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟକୁ ଧରିଥିଲା ପୋଲିସ। ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ମଧ୍ୟ ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା ।

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକାକୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିବା ବେଳେ ସେ HIV ପଜିଟିଭ୍ ଥିବା ଜଣାପଡ଼ିଛି। ତେଣୁ ନାବାଳିକାଙ୍କ ସହ କେଉଁ ଗ୍ରାହକ ଆସି ସମ୍ପର୍କ ରଖିଥିଲେ ଏବେ ସେ ଦିଗରେ ପୋଲିସ ଖୋଳତାଡ଼ କରିବାରେ ଲାଗିଛି। ଆସିଥିବା ଗ୍ରାହକମାନଙ୍କ ଠିକଣା ଖୋଜିବା ସହିତ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏଥି ସହିତ ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ। ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହିତ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍। ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ। ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ। ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି।

ଗତ ଶନିବାର ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ନାବାଳିକା ଜଣଙ୍କ ଝାଡ଼ଖଣ୍ଡର ହୋଇଥିବା ବେଳେ ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବାର ସେ ତାଙ୍କ ବୟାନରେ କହିଛନ୍ତି । ଏହାପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ନାବାଳିକା ଜଣଙ୍କ ଝାଡ଼ଖଣ୍ଡର ଏବଂ ତାଙ୍କୁ ୧୬ ବର୍ଷ ବୟସ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି।

ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ଏ ଯାଏ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଅସଲ ଗୁମର ଖୋଲିବାରେ ଲାଗିଛି। ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ପାଇଛି କମିଶନରେଟ ପୋଲିସ।

ଏବେ ନାବାଳିକା HIV ପଜିଟିଭ୍ ଚିହ୍ନଟ ପରେ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଚା ଛପାରେ ଏଭଳି ସେକ୍ସ ରାକେଟ ଚାଲିଥିବା ବେଳେ କେବଳ ଜଣେ ହିଁ HIV ପଜିଟିଭ୍ ନା ଏମିତି ଅନେକ HIV ପଜିଟିଭ୍ ଅଛନ୍ତି ତା’କୁ ନେଇ ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ