Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାୟସ୍ତ କରଣ ସମାଜର ଓଁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ମହୋତ୍ସବ ପାଇଁ କଳସ ଯାତ୍ରା ।

କଳାହାଣ୍ଡି,୨୩/୧୦
ଆଞ୍ଚଳିକ କରଣ ସମାଜ ପକ୍ଷରୁ କୋକସରା ବ୍ଲକ ସଦର ମହକୁମା ପଟ୍ଟନାୟକ ପଡା ଠାରେ ଆସନ୍ତା ଗୁରୁବାର ଓଁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ୨୧ତମ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧୁବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂଜା କର୍ତ୍ତା ଭାବେ
ଅଭିମନ୍ୟୁ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ପଟ୍ଟନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଛନ୍ତି l ପୂଜାର ପୂଜକ ଭାବେ ଉପେନ୍ଦ୍ର ଦାଶ, ପୂଜା କମିତିର ସଭାପତି ସୁଶାନ୍ତ ପଟ୍ଟନାୟକ, ସମ୍ପାଦକ ପନଙ୍ଗ ନାରାୟଣ ପଟ୍ଟନାୟକ, ଉପସଭାପତି ବିକ୍ରମ ପଟ୍ଟନାୟକ, ସହସମ୍ପାଦକ ପରେଶ ପଟ୍ଟନାୟକ,କୋଷାଧକ୍ଷ ନୀଳାନ୍ଦ୍ରୀ ମହାନ୍ତି, ବରିଷ୍ଠ ସଦସ୍ୟ ଭାବେ ଆଞ୍ଚଳିକ କରଣ ସମାଜର ସଭାପତି ସହଦେଵ ପଟ୍ଟନାୟକ, ପିତାମ୍ବର ପଟ୍ଟନାୟକ, ଦଶରଥ ପଟ୍ଟନାୟକ, ଚିନ୍ତାମଣି ପଟ୍ଟନାୟକ, ତପନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ,ଦେବାନନ୍ଦ ପଟ୍ଟନାୟକ,ଧର୍ମାନନ୍ଦ ପଟ୍ଟନାୟକ, ଲଷ୍ମୀକାନ୍ତ ପଟ୍ଟନାୟକ ପିଙ୍କୁ ପଟ୍ଟନାୟକ,ଝଷକେତନ ପଟ୍ଟନାୟକ,ଏବଂ ଆଞ୍ଚଳିକ କରଣ ସମାଜ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ l କୋକସରା ପଟ୍ଟନାୟକ ପଡା ଠାରୁ ମହିଳା ମାନେ କଳସି ସହିତ ସ୍ଥାନୀୟ ପଦ୍ମ ପୋଖରୀରୁ ପାଣି ଆଣିଥିଲେ ଏଥିରେ କୋକସରା ଘଣ୍ଟ ଦଳ ଓ ସଂକୀର୍ତ୍ତନ ଦଳ ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ