Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ଜମି ମାଲିକାନା ଦାବି, କଣ୍ଟାବାଡ଼ ଦେଇ ସ୍କୁଲ ରାସ୍ତା ଅବରୋଧ,ବରଗଛ ମୂଳେ ଛାତ୍ରଛାତ୍ରୀ, ବ୍ଲକ ଉପାଧ୍ୟକ୍ଷ ହସ୍ତକ୍ଷେପ ପରେ ସମାଧାନ।

କଳାହାଣ୍ଡି,୨୩/୧୦
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗା କୁ ନିଜର ମାଲିକାନା ଦାବି କରି ଗ୍ରାମ ର ଜୈନିକ ବ୍ୟକ୍ତି ଚକ୍ରଧର ପାଣିଗ୍ରାହୀ ବିଦ୍ୟାଳୟ ଯିବା ରାସ୍ତାରେ କଣ୍ଟା ବାଡ଼ ଦେଇ ଅବରୋଧ କରିବା ଫଳରେ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଯାଇ ନପାରିବାରୁ ସ୍କୁଲ ବନ୍ଦ ରହିଥିଲା। ଆଜି ବିଦ୍ୟାଳୟ ଖୋଲିବା ପରେ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଶବର ଓ ସହ ଶିକ୍ଷକ ମାନେ ଆସି ବିଦ୍ୟାଳୟ ରାସ୍ତା ବନ୍ଦ ଥିବା ଦେଖି ପରେ ବିଦ୍ୟାଳୟ କମିଟି କୁ ଖବର ଦେଇଥିଲେ ଓ ଅନ୍ୟ ଉପାୟ ନ ପାଇ ବିଦ୍ୟାଳୟ ସମ୍ମୁଖରେ ଥିବା ବରଗଛ ମୂଳେ ଛାତ୍ରଛାତ୍ରୀ ଙ୍କ ବସାଇଥିଲେ।କମିଟି ର ସଦସ୍ୟ ମାନେ ଆସି ବାଡ଼ ଦେଇଥିବା ବ୍ୟକ୍ତି ଙ୍କ ସହ ଆଲୋଚନା କରିଥିଲେ ତେବେ ସେ ବିଦ୍ୟାଳୟ ଜାଗା ବାବଦରେ ୯୦ ହଜାର ଟଙ୍କା ଦେବାପରେ କଣ୍ଟାବାଡ ହଟାଇବି ବୋଳି ଅଡ଼ି ବସିଥିଲେ। ଏନେଇ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀ ଓ ସ୍କୁଲ କମିଟି ପକ୍ଷରୁ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ସୂଚନା ଦେବାପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ବିଆରସିସି ତୋଫାନ ମାଝୀ ପହଞ୍ଚି ଦିର୍ଘ ସମୟ ଧରି ଚକ୍ରଧର ପାଣିଗ୍ରାହୀ ଙ୍କ ସହ ଆଲୋଚନା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଟଙ୍କା ଆସନ୍ତା କାଲି ସୁଦ୍ଧା ଦିଆଯିବା ନେଇ ଙ୍କ ପ୍ରତିଶ୍ରୁତି ଦେବାପରେ ସଂପୃକ୍ତ ବ୍ୟକ୍ତି ରାଜି ହେବାସହ କଣ୍ଟାବାଡ ହଟାଇ ସ୍କୁଲ ରାସ୍ତା ଅବରୋଧ ହଟାଇବା ପରେ ବିଦ୍ୟାଳୟ ରେ ପାଠପଢା ସ୍ୱାଭାବିକ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ