Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ଆଉ ଏକ ବଡ ଅପଡେଟ : ଫେରାର ଅଭିଯୁକ୍ତଙ୍କ ସୁଦର୍ଶନ ଜେନାଙ୍କ ଆତ୍ମସମର୍ପଣ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି | ମଙ୍ଗଳବାର ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ | ହତ୍ୟାକାଣ୍ଡରେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆଜି ସାମ୍ନାକୁ ଆସିଛନ୍ତି | ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି | ଆଜି ସେ ନିଜେ ଆସି ବ୍ରହ୍ମପୁର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି | ଏହା ପରେ ତାକୁ ପୋଲିସ ପଚାର ଉଚରା କରିବେ | ଏହି ପଚାର ଉଚରା ଦ୍ୱାରା ଆଉ ୨ ଜଣ ଫେରାର ଅଭିଯୁକ୍ତଙ୍କୁ ଧରିପାରିବେ ବୋଲି ପୋଲିସ ଆଶା ରଖିଛି | କିଛି ଦିନ ତଳେ ସେ ଫେରାର ଥିଲେ ଏବଂ ପୋଲିସ ମଧ୍ୟ ତାଙ୍କୁ ଖୋଜୁଥିଲା |
ଗତ ମଙ୍ଗଳବାର ଦିନ ୧୨ ଜଣ ଅଭିଯୁକ୍ତଙ୍କୁ ଧରି ଜେରା କରିଥିଲା ପୋଲିସ | ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ, ଗିରଫ ଅଭିଯୁକ୍ତ ହେଲେ; ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ ଏବଂ ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ |
ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଆଗରୁ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇନେଇଥିଲା, ଗତ ମଙ୍ଗଳବାର ଦିନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୂର୍ବରୁ ମାମଲାରେ ଦୁଇ ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ।
ଏହା ପରେ ପରବର୍ତ୍ତୀ ପଦକ୍ଷେପ ପୋଲିସ କଣ ନେବ ତାହା ସୁଦର୍ଶନ ଜେନାଙ୍କ ଜେରା ପରେ ଜଣା ପଡିବ | ଏବଂ ଆଉ ଦୁଇଜଣ ଫେରାର ଅଭିଯୁକ୍ତ ଆସାମୀକୁ ଧରିବା ପାଇଁ ପୋଲିସର ଚେଷ୍ଟା ଜାରି ରହିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ