Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇ ଆଲର୍ଟରେ କଟକ ପୋଲିସ; କାଳୀପୂଜା ଭସାଣି ପାଇଁ ମୁତୟନ ରହିବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ

କଟକ: ଦୁର୍ଗାପୂଜା ଭସାଣି ପରେ ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ। ଭସାଣି ପାଇଁ ସହରରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। କଟକ ଡିସିପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ରେଳ ଷ୍ଟେସନଠାରୁ ଆରମ୍ଭ କରି ପୁରୀଘାଟ ଦେବୀ ଗଡା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ଶାନ୍ତି ଶୃଙ୍ଖଳାର ସହ ଭସାଣି ପାଇଁ ଆଜି ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସୁରକ୍ଷାର ତଦାରଖ କରିବେ ୪୦୦ରୁ ଅଧିକ ବରିଷ୍ଠ ପୋଲିସ ଅଫିସର। କାଳୀପୂଜା ଭସାଣ ପାଇଁ ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍। ସମ୍ବେଦନଶୀଳ ସ୍ଥାନରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ରୁଫ୍ ଟଫ୍ ପୋଲିସ ବ୍ୟବସ୍ଥା ସହ ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ସହର। ଏହାସହିତ କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ।

ଏହା ପୂର୍ବରୁ ଦୁର୍ଗାପୂଜାରେ ହୋଇଥିବା ନେଇ ଗଣ୍ଡଗୋଳକୁ ରୋକିବାପାଇଁ ତଥା ଏହି ଭଳି ଘଟଣା ଯେମିତି ନ ଘଟେ ସେଥିପାଇଁ ପୋଲିସର ରହିଛି କଡା ନଜର। କଟକ ସହରର ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ହାଇ ସିକୁରିଟିର ବ୍ୟବସ୍ଥା କରିଛି ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ