ଆରମ୍ଭ ହେଲା ଲଘୁଚାପ ; ଘଡଘଡି ସହିତ ୫ ଦିନ ଯାଏ ଛେଚିବ ବର୍ଷା
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଆହୁରି ହେବ ଘନୀଭୂତ । ଫଳରେ ଆଗାମୀ ୫ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଆଜି ପାଇଁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଏହି ୧୧ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୫ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ବର୍ଷା ସମୟରେ ୩୦ରୁ ୪୦ କିମି ଝଟକା ପବନ ବହିପାରେ । ୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ତାରିଖ ବେଳକୁ ହେବ ତୃତୀୟ ଲଘୁଚାପ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି ।
ତେବେ ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଏହି ୧୧ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ବର୍ଷା ସମୟରେ ୩୦ରୁ ୪୦ କିଲୋମିଟର ଝଟକା ପବନ ବହିପାରେ । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଭବାନୀପାଟଣାରେ ସର୍ବାଧିକ ୧୮ ମିମି ବର୍ଷା ରେକର୍ଡ ହୋଇଛି ।
ସେପଟେ ମାସ ଶେଷ ବେଳକୁ ଓଡ଼ିଶାରେ ହେବ କି ବାତ୍ୟା ? ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା । ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ । ଶୁକ୍ରବାର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏବେର ଲଘୁଚାପ ସହ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି । ଶେଷ ଲଘୁଚାପଟି ଅଧିକ ଶକ୍ତିଶାଳୀ ହେବ।
୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି । ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ କହିଛନ୍ତି- ଆସନ୍ତାକାଲିଠୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପକୂଳରେ ମଧ୍ୟ ତା’ର ପ୍ରଭାବ ରହିବ । ପ୍ରଭାବ କମ୍ ରହିଲେ ବି ବିଭାଗ ପ୍ରସ୍ତୁତ ଅଛି । ସେହିପରି କୌଣସି ଗୁଜବରେ ବିଶ୍ବାସ ନ କରିବା ସହ ରାଜ୍ୟବାସୀ ବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

