Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଭି ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ର ଉତ୍ତମ ମଞ୍ଚ, ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:ପ୍ରାଥମିକ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ବିଭିନ୍ନ ପ୍ରତିଭା କୁ ପ୍ରସ୍ଫୁଟିତ ଓ ଆଗକୁ ବଢ଼ିବାରେ ସହାୟକ ହେଉଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁକ୍ରବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ସର୍ଵ ମଙ୍ଗଳା ପ୍ରାଥମିକ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଲିଗୁଡା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ସଭାପତିତ୍ୱ ରେ ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ,ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ,ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବିଆରସିସି ତୋଫାନ ମାଝୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସୁରଭି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ କୋକସରା ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସୁରଭି ହେଉଛି ନିଜ ଭିତରେ ଥିବା ପ୍ରତିଭା କୁ ଲୋକଲୋଚନ କୁ ଆଣିବାର ଉତ୍ତମ ମଞ୍ଚ ବୋଳି କହିଥିଲେ। ଚଳିତ ବର୍ଷ ମୋ ସ୍ୱପ୍ନର ଓଡିଶା ୨୦୩୬ ସୁରଭି ମହୋତ୍ସବ ର ବିଷୟବସ୍ତୁ ରହିଛି।
ଅପରାହ୍ନ ରେ ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଜବାହାର ଉଚ୍ଚ ବିଦ୍ୟାଳୟ କୋକସରା ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ,ବିଆରସିସି ତୋଫାନ ମାଝୀ, ଅଵସର ପ୍ରାପ୍ତ ଶିକ୍ଷକ ଭୁରିଶ୍ରବା ଜାଲ ଉପସ୍ଥିତ ରହିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଅପରାହ୍ନ ରେ ଉଦଯାପିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିଶୁ ମହୋତ୍ସବ ସୁରଭି ମଞ୍ଚ କୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଶିକ୍ଷୟିତ୍ରୀ ଯଶୋଧରା ବାଗ ସୁନ୍ଦର ଶବ୍ଦ ସହ ମଞ୍ଚ ସଂଯୋଜନା ରେ ସହଯୋଗ କରିଥିଲେ। ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି, କ୍ଷୀରସିନ୍ଧୁ ବାଣୁଆ, ଲକ୍ଷ୍ମଣ ପଟେଲ, ଗୋବର୍ଦ୍ଧନ ବେମାଲ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତା ରେ ବିଚାରପତି ରହିଥିଲେ। ସର୍ବ ମଙ୍ଗଳା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରି ସମେତ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ