Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ବାଲିଗୁଡ଼ା, ତା, ୨୫/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ପକ୍ଷରୁ ସୁଡ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲିଗୁଡ଼ା ବ୍ଲକ ର ଛଅଟି ପଞ୍ଚାୟତ ଖମନଖୋଲ, ଲଣ୍ଡାଗାଁ, ସୁଡ୍ରା, ବାରଖମା, ରେବିଙ୍ଗିଆ ଓ ସଲାଗୁଡା ପଞ୍ଚାୟତ ର ୨୬୧ ଜଣ ଭିନ୍ନକ୍ଷମ ମାନେ ଯୋଗ ଦେଇ ବିଭିନ୍ନ ବିଭାଗରେ ଥିବା ଡ଼ାକ୍ତର ମାନଙ୍କ ସହ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ। ଏଥିରେ କିଛି ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ଦୁଇଜଣଙ୍କୁ ହୁଇଲ ଚେୟାର ଓ ଆଶା ବାଡି ପ୍ରଦାନ କରାଯାଇଥିଲା। ଏହି ଶିବିରରେ କନ୍ଧମାଳ ଜିଲ୍ଲା ମଙ୍ଗଳ ସମାଜ ସୁରକ୍ଷା ବିଭାଗ ଅଧିକାରୀ, ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସମସ୍ତ ଅଧିକାରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ