Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’; ଏହି ଦୁଇ ଜିଲ୍ଳାର କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ବଙ୍ଗୋପସାଗର ଉପରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ସୃଷ୍ଟି ହେବା ପରେ ଓଡ଼ିଶାର ବାଲେଶ୍ୱର ଏବଂ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଚୁଟି ବାତିଲ ହୋଇଛି।

କର୍ତ୍ତୃପକ୍ଷ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସୁଗମ ପରିଚାଳନା ଏବଂ ଶୀଘ୍ର ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରିଛନ୍ତି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେତେବେଳେ କି ଗଞ୍ଜାମ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧିକାରୀମାନଙ୍କୁ ସେମାନଙ୍କ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶନିବାର ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ଜାରି ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ “ସମସ୍ତ ସରକାରୀ ଅଧିକାରୀମାନେ ସେମାନଙ୍କ ମୁଖ୍ୟାଳୟରେ ରହିବା ଆବଶ୍ୟକ ଏବଂ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ବିନା ଛୁଟିରେ ରହିପାରିବେ ନାହିଁ।”

ସେହିପରି ଗଞ୍ଜାମ କଲେକ୍ଟର ସମସ୍ତ ଅଧିକାରୀମାନଙ୍କୁ ଅକ୍ଟୋବର ୨୫ରୁ ୩୦ ମଧ୍ୟରେ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ