Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୃଷ୍ଟି ହେଲା ବାତ୍ୟା ମୋନ୍ଥା, ଗୋପାଳପୁର ଠାରୁ ଏତିକି ଦୂରରେ…

Oplus_16908288

ଭୁବନେଶ୍ବର: ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି।

ଏହାପରେ ପରବର୍ତ୍ତୀ ୧୨ ଘଣ୍ଟାରେ ପଶ୍ଚିମ ଉତ୍ତର ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରର ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ବାତ୍ୟା ମୋନ୍ଥା ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିପାରେ।

ତେବେ ଆଜିଠୁ ଆନ୍ଧ୍ର ଉପକୂଳରେ ଦେଖିବାକୁ ମିଳିବ ଏହାର ପ୍ରଭାବ। ଅପରପକ୍ଷରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜିବୀ ମାନଙ୍କୁ ନ ଯିବାକୁ କୁହାଯାଇଛି। ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା ପାଇଁ ୪୦ଟି ଟିମ୍ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଡିଆରଏଫ୍‌ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି। ସେହିପରି ତିନୋଟି ଟିମ୍ ଆନ୍ଧ୍ର ଗସ୍ତ କରିଥିବା ବେଳେ ସେଠାରେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ