Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର – ବିଷାକ୍ତ ଖାଦ୍ୟର ପ୍ରଭାବ

କୋର୍ଟପାଡ: ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର ଥିବା ସମୟରେ ତାଙ୍କ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ କୋରାପୁଟ ଜିଲ୍ଲା କୋର୍ଟପାଡ ବ୍ଲକ୍‌ ଢାମଣାହାଣ୍ଡି ଗ୍ରାମର ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କ ସହ ସମ୍ପର୍କୀୟ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ସାନଟୁକିଙ୍କ ସହ ମିଶି ଅପରାହ୍ଣ ପ୍ରାୟ ୨ଟା ବେଳେ ଆମଟ ତରକାରୀ ନାମକ ଏକ ଖାଦ୍ୟ ଖାଇ ଥିଲେ। ତରକାରୀ ଖାଇବା ପରେ ପ୍ରଥମେ ପଦ୍ମିନୀଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଇଥିଲା ଏବଂ ବାନ୍ତି କରିଥିଲେ। ତାଙ୍କ ସହ ଖାଦ୍ୟ ଖାଇଥିବା ଅନ୍ୟମାନେ ବି ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ।

ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କାଲି ସଂଧ୍ୟା ପ୍ରାୟ ୭ଟା ୩୦ରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ଚିକିତ୍ସା ହେଉଥିବା ସମୟରେ,ଜୟପୁରରେ ତାଙ୍କ ସମ୍ପର୍କୀୟ ପାର୍ବତୀ ମାଝୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ପୂର୍ବତନ ମନ୍ତ୍ରୀଙ୍କ ସହ ଅନ୍ୟ ୨ ଜଣଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଶୁଦ୍ଧ।ପଦ୍ମିନୀଙ୍କ ସମେତ ଅନ୍ୟ ୨ ଗୁରୁତର ରହିଛନ୍ତି। ତେବେ କୋରାପୁଟ ବଡ଼ ମେଡିକାଲରେ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ