Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ସାଜିଲା ସୈତାନ, ପାରିବାରିକ କଳହରୁ ନିର୍ମମ ଭାବେ ସ୍ତ୍ରୀକୁ ଛୁରିରେ କାଟିଲା…

ବୈଶିଙ୍ଗା: ଓଡ଼ିଶାରେ ଦିନକୁ ଦିନ ଅପରାଧିକ ସମସ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି | ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରିବା, ଭାଇ ଭାଇକୁ ଭୁଜାଲିରେ ହାଣିବା, ଜାଗା ବାଡ଼ି ସମ୍ପର୍କିତ ଅପରାଧିକ ସମସ୍ୟା ନିତିଦିନିଆ କଥା ହୋଇଗଲାଣି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ |

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ବାସ କରୁଥିବା ଧୂମା କିସ୍କୁ ଏବଂ ତା ସ୍ତ୍ରୀ ରୁକ୍ମଣୀ ମଧ୍ୟରେ ପ୍ରାୟ ସମୟ ଧରି କଳିଝଗଡା ଲାଗି ରହୁଥିଲା। ଏମିତିକି ଧୂମା କିସ୍କୁ ତା ସ୍ତ୍ରୀ ରୁକ୍ମଣୀକୁ ପ୍ରାୟ ସମୟରେ ମାରଧର ମଧ୍ୟ କରୁଥିଲା, ସେହି କାରଣରୁ ଦୀର୍ଘଦିନ ହେବ ରୁକ୍ମଣୀ ଗାଁରେ ନିଜ ସମ୍ପର୍କୀୟଙ୍କ ଭଉଣୀ ଘରେ ରହି ଆସୁଥିଲା।

ତେବେ ଆଜି ସକାଳୁ ରୁକ୍ମଣୀ କୂଅକୁ ପାଣି ନେଇ ଆସିବା ସମୟରେ ଧୂମା ହଠାତ ପଛପଟୁ ଏକ ଧାରୁଆ ଛୁରି ଦ୍ୱାରା ଆକ୍ରମଣ କରିଥିଲା। ତେବେ ରୁକ୍ମଣୀ ମୁହଁ ବୁଲାଇଦେବାରୁ ଛୁରୀ ବେକରେ ବାଜିନଥିଲା ଯେଉଁଥିପାଇଁ ରୁକ୍ମଣୀ ଅଳ୍ପକେ ବର୍ତ୍ତିଯାଇଥିଲା ହେଲେ ରୁକ୍ମଣୀର ମୁହଁରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତ ବହି ଯାଇଥିଲା। ଘଟଣା ସ୍ଥଳରେ ରୁକ୍ମଣୀ ଗୁରୁତର ଭାବେ ଆହତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ସହଯୋଗରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ଓ ଘଟଣା ସ୍ଥଳରେ ଅଭିଯୁକ୍ତ ସ୍ୱାମୀକୁ ବାନ୍ଧି ରଖି ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ପୁର୍ବରୁ ମଧ୍ୟ ଧୂମା ନିଜ ସ୍ତ୍ରୀ ରୁକ୍ମଣୀ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ