ପୁରୀ ସମୁଦ୍ରକୁ ଯିବାକୁ ମନା କଲେ ଲାଇଫ ଗାର୍ଡ, ପିଟିଲେ ପର୍ଯ୍ୟଟକ
Oplus_16908288
ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’। ବାତ୍ୟାକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ନ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏହାରି ମଧ୍ୟରେ ଜଣେ ପର୍ଯ୍ୟଟକ ଲାଇଫ ଗାର୍ଡଙ୍କୁ ପିଟିଥିବା ଅଭିଯୋଗ ହୋଇଛି।
ଖବର ଅନୁସାରେ ସମୁଦ୍ର ଭିତରକୁ ଜଣେ ଦମ୍ପତି ପସିବା ପାଇଁ ଚେଷ୍ଟା କରୁଥିଲା ବେଳେ ବାତ୍ୟା ମୋନ୍ଥା ପାଇଁ ଆର୍ଲଟ ଥିବା ଲାଇଫଗାର୍ଡ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଥିଲେ।ବାରମ୍ବାର ବାରଣ କରିବାରୁ ଉକ୍ତ ପର୍ଯ୍ୟଟକ ରାଗିଯିବା ସହ ଲାଇଫ ଗାର୍ଡଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏପରିକି କହିଥିଲେ ଯେ, ମୁଁ ଯିବି ସମୁଦ୍ର ଭିତରକୁ। ଯଦି କିଛି ହୁଏ ତୁମେ କାହିଁକି ଅଛ। ପରେ ମହିଳା ଜଣଙ୍କ ଲାଇଫଗାର୍ଡଙ୍କୁ ଚପଲରେ ମଧ୍ୟ ପିଟିଥିବା ଅଭିଯୋଗ ହୋଇଛି।
ଏପଟେ ବାତ୍ୟା ମୋନ୍ଥା ପାଇଁ ପୁରୀ ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଖାଲି କରୁଛି ପୁଲିସ । ସାଇରନ ମାରି ସମୁଦ୍ରକୂଳ ଛାଡ଼ିବାକୁ ମଧ୍ୟ ସତର୍କ କରାଯାଉଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୯୦, କାକିନାଡ଼ା ଠାରୁ ୨୭୦ କିମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ ୫୭୦ କିମି ଦୂରରେ ‘ମୋନ୍ଥା’।
ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ।

