ଲଢ଼ୁଆ ବିମାନ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ ଉଡ଼ାଇବାକୁ ଯାଉଛନ୍ତି। ଅକ୍ଟୋବର ୨୯ ତାରିଖରେ ସେ ହରିୟାଣାର ଅମ୍ବାଲା ଏୟାରବେସ ପରିଦର୍ଶନ କରିବେ। ଯେଉଁଠାରେ ସେ ପ୍ରଥମ ଥର ପାଇଁ ଭାରତର ସବୁଠାରୁ ଆଧୁନିକ ଲଢ଼ୁଆ ବିମାନ ରାଫେଲ ଉଡ଼ାଇବେ। ଏହି ଉଡ଼ାଣ ବାୟୁସେନା ପାଇଁ ଐତିହାସିକ, କାରଣ ଦେଶର ମହିଳା ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଲଢ଼ୁଆ ବିମାନ ଉଡ଼ାଇବେ। ଏହା ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ।
ତେବେ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଲଢ଼ୁଆ ବିମାନ ଉଡ଼ାଇବା ତାହା ନୁହେଁ। ଏହା ପୂର୍ବରୁ ସେ ଆସାମର ତେଜପୁର ଏୟାରବେସରେ ସୁଖୋଇ-୩୦ଏମ୍କେଆଇ ଉଡ଼ାଇଥିଲେ। ଏବେ ଏହାର ଦୁଇ ବର୍ଷ ପରେ ସେ ପୁଣି ଥରେ ଏକ ଲଢ଼ୁଆ ବିମାନ ଉଡାଇବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅବସରରେ ବାୟୁସେନା ମୁଖ୍ୟ ମାର୍ଶାଲ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅମ୍ବାଲାରେ ଉପସ୍ଥିତ ରହିବେ।

