Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟଳିଲା ବାତ୍ୟା ମୋନ୍ଥା; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟଳିଯାଇଛି ବାତ୍ୟା ମୋନ୍ଥା। ୮ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜସ୍ୱ ମନ୍ତ୍ରୀ ଓ ଏସ୍‌ଆରସିଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲ୍ୟାଣ୍ତଫଲ୍‌ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ ।

ସୂଚନା ଅନୁଯାୟୀ, ବାତ୍ୟା ପାଇଁ ସରକାର ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ସେହିପରି ୨,୧୯୮ ଗର୍ଭବତୀଙ୍କୁ ମେଡିକାଲକୁ ନେଇଥିଲେ ସରକାର। ଜିରୋ କାଜୁଆଲିଟି ଉପରେ ଗୁରତ୍ୱ ଦେଉଥିବା ସରକାର ଲୋକଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଗତକାଲି ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୩ରୁ ୪ ଘଣ୍ଟା ଯାଏଁ ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ସମୟରେ ଘଂଟାପ୍ରତି ୯୦ ରୁ ୧୦୦ କିଲୋମିଟର ରହିଥିଲା ।

ତେବେ ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ଭାବରେ ପଡ଼ିନାହିଁ ।ସେପଟେ ବାତ୍ୟା ପରେ ଆଜି ରାଜ୍ୟର କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଓ କାଲି ପାଇଁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ