Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଅକାଳ ବିୟୋଗ, ଶୋକ ପ୍ରକାଶ କଲେ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ର ଜନସାଧାରଣ।

କଳାହାଣ୍ଡି,୨୯/୧୦
ଜଣେ ଦକ୍ଷ, କର୍ମଠ,ଶାନ୍ତ,ସରଳ ମେଳାପୀ ଯୁବକ ତଥା ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର ରେ କାର୍ଯ୍ୟରତ ଥିବା କର୍ମଚାରୀ ତିରୁପତି ମୁଣ୍ଡ ଙ୍କ ବୁଧବାର ରକ୍ତ ଭଣ୍ଡାର କାର୍ଯ୍ୟ ରେ ନିୟୋଜିତ ଥିବା ସମୟରେ ହଠାତ ଅସୁସ୍ଥ ହୋଇ ଗୁରୁତର ହୋଇ ପଡ଼ିଥିଲେ, ତାଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ ଚିକତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବାପରେ କିଏ ସହଜରେ ଗ୍ରହଣ କରି ପାରିନଥିଲେ । ଧର୍ମଗଡ ଡାକ୍ତରଖାନାରେ ଧର୍ମଗଡ ସହର ର ଶତାଧିକ ଜନସାଧାରଣ ଆତ୍ମୀୟ ସ୍ୱଜନ ପହଞ୍ଚି ତାଙ୍କ ମର ଶରୀର କୁ ଶେଷ ଦର୍ଶନ ସହ ଘର କୁ ନେଇଥିଲେ। ଘରେ ମର ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳି ସହ ଶୋକାକୁଳ ପରିବେଶ ସମସ୍ତ ଙ୍କୁ ମର୍ମାହତ କରିଥିଲା। ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗ ଖବର ପରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି,ଉପଖଣ୍ଡ।ସ୍ୱାସ୍ଥ୍ୟ କେନ୍ଦ୍ର ଓ ରକ୍ତ ଭଣ୍ଡାର ର ଅଧିକାରୀ, କର୍ମଚାରୀ ମାନେ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories