ଜଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଘଟିଛି ଦୁର୍ଘଟଣା| ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଛନ୍ତି | ସୂଚନା ମୁତାବକ, ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛି |
କୋଲକାତାରୁ ବସଟି ଓଡ଼ିଶା ଫେରୁଥିବା ସମୟରେ ଏକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଛି| ଯାହାଦ୍ୱାରା କି ବସ ଡ୍ରାଇଭର ଏବଂ ହେଲପରର ମୃତ୍ୟୁ ହେବା ସହ ବସରେ ଥିବା ମୋଟ ୬୦ ଜଣ ଉପସ୍ଥିତ ଥିବା ବେଳେ ସେଠି ମଧ୍ୟରୁ ୯ ଜଣ ଗୁରୁତର ଆହତ ହୋଇଛନ୍ତି | ସେହି ୯ ଜଣ ଆହତ ଯାତ୍ରୀଙ୍କୁ ବାଲେଶ୍ୱର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି |

